ଜଗତସିଂହପୁର ଏସ୍ପିଙ୍କ ଭେଟିଲେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଏବେ ଅଶାନ୍ତ ହୋଇ ପଡିଛି
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଏବେ ଅଶାନ୍ତ ହୋଇ ପଡିଛି । ଯାହାକୁ ନେଇ ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଜଗତସିଂହପୁର ଏସ୍ପି ଅଙ୍କିତ କୁମାର ବର୍ମା ଙ୍କୁ ଭେଟିବା ସହିତ ଆଲୋଚନା କରିଛନ୍ତି । ରଘୁନାଥପୁର ବ୍ଲକରେ ବିଡିଓ ଙ୍କ ଉପରେ ବିଜେପି କର୍ମୀମାନେ ଚାପ ପ୍ରୟୋଗ କରିବା ଓ ତରିକୁନ୍ଦ ଆୟୁଷମାନ ଆରୋଗ୍ୟ କେନ୍ଦ୍ର ବିଧାୟକ ପରିଦର୍ଶନ କରିବା ସହିତ ରୋଗୀ ଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଡାକ୍ତର ଙ୍କୁ ପରାମର୍ଶ ଦେଇଥିଲେ । ପରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ବିଧାୟକ ଙ୍କୁ ଗାଳିଗୁଲଜ କରି NH ରାସ୍ତା ଅବରୋଧ କରିଥିଲେ । ଏହାର ପ୍ରତିବାଦରେ ତିର୍ତ୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଏ ନେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଜଗତସିଂହପୁର ଏସ୍ପି ଙ୍କୁ ଭେଟି ଆଲୋଚନା କରିଛନ୍ତି ।
