ସାମାନ୍ୟ ସମ୍ପତି ପାଇଁ ଦୁଇ ଚାକିରିଆ ପୁଅଙ୍କ ବଇରୀ ହେଲେ ଜନ୍ମ କଲା ବାପା ମାଆ।

ସାମାନ୍ୟ ସମ୍ପତି ପାଇଁ ଦୁଇ ଚାକିରିଆ ପୁଅଙ୍କ ବଇରୀ ହେଲେ ଜନ୍ମ କଲା ବାପା ମାଆ। ଯେଉଁ ମା ଦିନେ ଦଶ ମାସ ଦଶଦିନ ଗର୍ଭ ଧାରଣ କରି ଜନ୍ମ ଦେଇଥିଲା ଆଉ ଯେଉଁ ବାପା ମୁଣ୍ଡ ଝାଳ ତୁଣ୍ଡ ରେ ମାରି ସେମାନଙ୍କୁ ବଡ କରି ଜୀବନ ଜିଇଁ ବାର ବାଟ ଦେଖାଇଥିଲା ସେଇ ବାପା ମା ଙ୍କୁ ମାଡ ମାରି ଘରୁ ବାହାର କରି ଦେଇଛନ୍ତି ଦୁଇ ପୁଅ।

ଏବେ ଏଣେ ତେଣେ ବୁଲି ବାର ଦୁଆର ସୁଣ୍ଡି ପିଣ୍ଡା ହେଉଥିବା ବାପା ମା ଏବେ ଅସହାୟ ହୋଇ ଆଇନର ଦ୍ବାରସ୍ଥ ହେଇଛନ୍ତି। ଦୀର୍ଘ୍ ୪ବର୍ଷ ଧରି ପ୍ରଶାସନ ଠାରୁ ନାୟ ନ ପାଇ ନିରାଶ ହୋଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ କଣାସ ବ୍ଲକ୍ ଗଡିସାଗଦା ଥାନା ଅନ୍ତର୍ଗତ ଅଡାଲ ଗ୍ରାମର ବଇଁଶୀଧର ପଲେଇ ଓ ତାଙ୍କ ପତ୍ନୀ।

Leave a Reply

Your email address will not be published. Required fields are marked *