ପୁରୁଷୋତ୍ତମପୁର_ଥାନାର_ମହିଳା_ଏସ୍ଆଇଙ୍କ_ମୃତ୍ୟୁକୁ_ନେଇ_ପୋଲିସ_ମହଲରେ_ଚର୍ଚ୍ଚା
#ପୁରୁଷୋତ୍ତମପୁର_ଥାନାର_ମହିଳା_ଏସ୍ଆଇଙ୍କ_ମୃତ୍ୟୁକୁ_ନେଇ_ପୋଲିସ_ମହଲରେ_ଚର୍ଚ୍ଚା-ଗଞ୍ଜାମ ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟରତ ମହିଳା ସବ୍ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା-ନିଜ ସରକାରୀ କ୍ୱାର୍ଟରରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି-ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ ପାଇଁ ପୁରୁଷୋତ୍ତମପୁର ଥାନାରେ ପହଞ୍ଚିଛନ୍ତି ଗଞ୍ଜାମ ଏସ୍ପି-ତେବେ ମହିଳା ଏସ୍ଆଇଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ-ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି-ମୃତ୍ୟୁର କାରଣ କ’ଣ,ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ସମ୍ପୂର୍ଣ୍ଣ ତଥ୍ୟ l
