ଆନନ୍ଦପୁର ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗ ର ବାର୍ଷିକ ଉତ୍ସବ
ଆନନ୍ଦପୁର ମହାବିଦ୍ୟାଳୟରେ ପ୍ରାଣୀବିଜ୍ଞାନ ବିଭାଗ ର ବାର୍ଷିକ ଉତ୍ସବ
ଆ ନନ୍ଦପୁର ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେ ପ୍ରାଣୀବିଜ୍ଞାନ ବିଭାଗ ର ବାର୍ଷିକ ଉତ୍ସବ କୁ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ସମ୍ମାନିତ ଅତିଥି ଭାବେ ଡକ୍ଟର ନିମାଇଁ ଚରଣ ରାଉତ,ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର,ପ୍ରଫୁଲ୍ଲ କୁମାର ପଣ୍ଡା,ଭାରତୀ ସାହୁ, ଓଜେଲ୍ ପଟ୍ଟନାୟକ,ପୂର୍ଣ୍ଣ ନନ୍ଦ ପାର୍ଥସାରଥୀ ଶଙ୍ଖୁଆ,ମମତା ମିଶ୍ର,ତନୁ ଶ୍ରୀ ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପାଢ଼ୀ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ
ବିଭାଗ ର ମୁଖ୍ୟ ଅଧ୍ୟାପିକା ଅନିତା ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରୀତି ପା ଲ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଓ ସମ୍ପାଦିକା ଏଲିନା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ
ବୁଲେଟିନ ଜୁନ କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ
ବିଭିନ୍ନ ପ୍ରତିଯୋଗିତା ରେ କୃତ କାର୍ଯ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ
ମୁଖ୍ୟ ଅତିଥି ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା
ସର୍ବ ପ୍ରଥମେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା ଅଧ୍ୟାପିକା ସଂଘମିତ୍ରା ରାଉତ,ମଧୁସ୍ମିତା ସାହୁ,ଆରତୀ ଲୁଗୁନ୍ ମିତା ଶ୍ରୀ ବେହେରା,ସବୀନା ଆର ବେଗ ମ,ଉପସ୍ଥିତ ଥିଲେ
ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ କ୍ରମ ପରିବେଷଣ କରାଯାଇଥିଲା
