୩ୟ ଜଟଣୀ ପଥ ଉତ୍ସବ ପାଲଟିବ ଜାଗର ଯାତ୍ରା
ଜଟଣୀ୧୨-୨-୨୬ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜଟଣୀରେ ହେବାକୁ ଥିବା “ତୃତୀୟ ପଥ ଉତ୍ସବ” ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ଏବଂ ଡଃ ରୁଷି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଫେବୃଆରୀ ୧୫ତାରିଖ ରବିବାର ଦିନ ମହାଶିବରାତ୍ରୀ ଦିନ ଜଟଣୀ ବିକାଶ ପରିଷଦ ଦ୍ବାରା ପରିଚାଳିତ ୩ୟ ଜଟଣୀ ପଥ ଉତ୍ସବ ଅନୁଷ୍ଠିତ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ପଥ ଉତ୍ସବ ର ମୁଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ ସୂଚନା ଦେଇଛନ୍ତି । ଅଧ୍ୟକ୍ଷ ଶ୍ରୀ ବିଶ୍ୱରଂଜନ ବଡ଼ଜେନା କହିଲେ ଯେ ମୁଁ ଜଟଣୀ ବାସୀ ଙ୍କ ନିକଟରେ କୃତଜ୍ଞ ଯେ ସେମାନେ ବହୁସଂଖ୍ୟାରେ ଆସି ପ୍ରଥମ ଓ ଦିତୀୟ ପଥ ଉତ୍ସବକୁ ବହୁ ମାତ୍ରାରେ ସଫଳତା ଦେଉଛନ୍ତି, ବିଶେଷ ଭାବରେ ମୁଁ ଆମ ସଫଳତା ପାଇଁ ସାମ୍ୱାଦିକ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେବି ଯେ ତାଙ୍କର ପ୍ରଚାର ପ୍ରସାର ପାଇଁ ଅଜି ଜଟଣୀ ପଥ ଉତ୍ସବ ଓଡ଼ିଶାର ଘରେ ଘରେ ଏକ ପରିଚୟ ସୃଷ୍ଟି କରିପାରିଛି ।ଏଥର ତୃତୀୟ ପଥ ଉତ୍ସବ ଯେହେତୁ ୧୫ତାରିଖ ଦିନ ମହାଶିବରାତ୍ରୀରେ ପଡୁଛି ତେଣୁ ୩ୟ ପଥ ଉତ୍ସବକୁ ଶିବ ରାତ୍ରି ପାଇଁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି । ତେଣୁ ଏଥି ପାଇଁ ୨୦ଫୁଟ ଉଚ୍ଚ ଏକ ଶିବ ମୂର୍ତ୍ତି ଅୟୋଜନ କରାଯାଇଛି ବୋଲି ଅଭିନେତା ଓ ପଥ ଉତ୍ସବ ମୁଖ୍ୟ ଆବାହକ ଡଃ ରୁଷି ପଟ୍ଟନାୟକ କହିଛନ୍ତି।ଅଧ୍ୟକ୍ଷ ଶ୍ରୀ ବିଶ୍ୱରଂଜନ ବଡ଼ଜେନା କହିଛନ୍ତି ଯେ ପୁରାରାସ୍ତା ହରି ଭାଇନା ଛକରୁ ମହୁଲ ଗୁଡିଆ ଛକ ପର୍ଯ୍ୟନ୍ତ ରାସ୍ତାକୁ ଶିବାଲୟ କରାଯିବା ପାଇଁ ଯୋଜନା ରହିଛି।ଜଟଣୀ ବାସୀ ବହୁସଂଖ୍ୟାରେ ଯୋଗଦାନ କରି ଏହି ଉତ୍ସବ କୁ ସଫଳ କରିବା ପାଇଁ ସମସ୍ତ ସଭ୍ୟ ଅନୁରୋଧ କରିଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ସହିତ ଜଟଣୀର ମାନ୍ୟବର ସାଂସଦଙ୍କ ଦୁଇ ପ୍ରତିନିଧି ଶ୍ରୀ ମନୋଜ ନନ୍ଦ ଓ ଶ୍ରୀ ସତୀଶ ଶର୍ମା, ଜଟଣୀ , ଯୁଗ୍ମ ଆବାହ ଡଃ ଉମାକାନ୍ତ ପଟ୍ଟନାୟକ,ଅଗ୍ନିଶମ ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେହେରା, ବିଜେପି ଜିଲ୍ଲା ସମ୍ପାଦକ ଲିଟୁ ରାଉତରାୟ, ତିରୁପତି ଶତପଥୀ, ପ୍ରଶାନ୍ତ ବେହେରା, ସବ୍ୟସାଚୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସଭାପତି ସଂଯୋଜକ ସାମ୍ବାଦିକ ଭାଇ ମାନଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହି ଏହାର ପ୍ରଚାର ଏବଂ ପ୍ରସାର ପାଇଁ ସମସ୍ତ ସାମ୍ବାଦିକଙ୍କ ସହଯୋଗ କାମନା କରିଥିଲେl
