ସାମ୍ବାଦିକ ସମ୍ମିଳନୀ ଓ ଜର୍ଶୀ ଉନ୍ମୋଚିତ
ଜଗତସିଂହପୁର 12.02 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣାସ୍ଥିତ ବୀଣାପାଣି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆଶ୍ରମପାଟଣା ଭଲି ବଲ ୟୁନିଅନ ଏବଂ ପ୍ରଫୁଲ ପାଠାଗାର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା 33 ତମ ରାଜ୍ୟ ସ୍ତରୀୟ ଦିବାରାତ୍ରୀ ବାଳକ ବାଳିକା ଭଲିବଲ ଟୁର୍ନାମେଣ୍ଟ ପାଇଁ ଆଜି ଆଶ୍ରମପାଟଣା ଭଲିବଲ ୟୁନିଅନର ସଭାପତି ତଥା ସମାଜସେବୀ ନିରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ସହିତ ଜର୍ସି ଉନ୍ମୋଚିତ ହୋଇ ଯାଇଛି I ସଭାପତି ଶ୍ରୀଯୁକ୍ତ ଦାଶ ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଟୁର୍ନାମେଣ୍ଟର ଆଭିମୁଖ୍ୟ ଓ ତାରିଖ ସମ୍ପର୍କରେ କହିଥିବା ବେଳେ ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଯୋଗ ଦେଇ ଏଥିରେ ଅଂଶ ଗ୍ରହଣ କରିବାକୁ ଥିବା ଉଭୟ ବାଳକ ଓ ବାଳିକା ବର୍ଗ ଓଡ଼ିଶାର ପ୍ରସିଦ୍ଧ ଟିମ ବୋଲି ସୂଚନା ଦେବା ସହିତ ଆସନ୍ତା ତା.13.02.26 ଏବଂ ତା.14.02.26 ରିଖରେ ହେବାକୁ ଥିବା ଟୁର୍ନାମେଣ୍ଟ ଅବସରରେ ଆଶ୍ରମପାଟଣା ଭଲିବଲ ୟୁନିଅନ ପକ୍ଷରୁ Curebay Helth Care ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଥିଲେ I ଏଥି ସହିତ ଦେଵୀ ପ୍ରସାଦ ମହାନ୍ତି ଓ ପୁଷ୍ପାଞ୍ଜଳୀ ସାହୁ 2026 ମସିହା ପାଇଁ କ୍ରୀଡା ରତ୍ନ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି କହିଥିଲେ I ଏହି ସାମ୍ବାଦିକ ସମ୍ମିଳନୀରେ ଖଇରଙ୍ଗ ଗ୍ରାମ ପଞ୍ଚାୟତର ସରପଞ୍ଚ ଲିପକ କୁମାର ସାହୁ,ମ୍ୟାନେଜର ଦିପ୍ତୀରଂଜନ ଦାଶ, ସମ୍ପଦ କୁମାର ବେହେରା, ପ୍ରଦୀପ୍ତ କିଶୋର ସାହୁ,ହିମାଂଶୁରଞ୍ଜନ ଦାଶ,ରମେଶ ଚନ୍ଦ୍ର ମହାନ୍ତି, ଅମିତ କୁମାର ଆଚାର୍ଯ୍ୟ, ସୁବ୍ରତ କୁମାର ଦାସ, କନକ କିଶୋର ସର୍ଜନ ସିଂହ, ପପୁନି ରାୟ ଇତ୍ୟାଦି ସହିତ ସମସ୍ତ କର୍ମକର୍ତ୍ତା ଓ ଖେଳାଳି ମାନେ ଉପସ୍ଥିତ ଥିଲେ I
