କନ୍ଧମାଳରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ।
କନ୍ଧମାଳ, ଫୁଲବାଣୀ,ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଜିଲ୍ଲା ସଭାପତି ବିଶିଷ୍ଟ ଶ୍ରମିକ ନେତା ଘନ କୁମାର ଶବର ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ବିକ୍ଷବ ପଦର୍ଶନ କରିଥିଲେ । INTUC କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ଶତାଧିକ ଶ୍ରମିକ ମାନେ କୋର୍ଟଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ଶ୍ରମିକ ନେତା ଘନ ଶବର ଶ୍ରମିକ ମାନଙ୍କ ୧୨ ଗୋଟି ଦାବିକୁ ତୁରନ୍ତ ସରକାର ପ୍ରତ୍ୟାହାର କରିବା ପାଇଁ ବର୍ଷିଥିଲେ । ସରକାର ଯଦି ଆଗାମୀ ଦିନରେ ଶ୍ରମିକ ଆଇନକୁ କାର୍ଯ୍ୟକାରୀ ନ କରନ୍ତି ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତ ରେ ନିଆଁ ଜଳିବ ବୋଲି ସରକାର ଙ୍କୁ ଚେତାବନୀ ଦେଇଥିଲେ ।ଏହି ବିକ୍ଷବ କାର୍ଯ୍ୟକ୍ରମରେ AITUC ନେତା ଶିଶିର ମଲିକ INTUC ର ଉପସଭାପତି ମିଲନ ନାୟକ,ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ବେହେରା, ସାଧାରଣ ସମ୍ପାଦକ ରଞ୍ଜିତ ଦିଗାଲ, ଉପସଭାପତି ଶିବ ଶଙ୍କର ସାମନ୍ତରାୟ,ସମ୍ପାଦକ ତ୍ରିନାଥ ବେହେରା ,ପ୍ରଶାନ୍ତ ବେହେରା ସହିତ ଶତାଧିକ ଶ୍ରମିକ ମାନେ ଏହି ରାଲି ଓ ବିକ୍ଷଵକାର୍ଯ୍ୟକ୍ରମରେ ରେ ସାମିଲ୍ ହୋଇଥିଲେ ।
