ବ୍ରହ୍ମପୁରରେ ଧର୍ମଘଟ ସମ୍ପୂର୍ଣ୍ଣ ସଫଳ

ବ୍ରହ୍ମପୁର – କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଶ୍ରମ କୋଡ଼ ବାତିଲ, ମନରେଗାର ପୁନଃ ପ୍ରଚଳନ, ଫସଲର ମୁଲ୍ୟ ନିର୍ଦ୍ଧାରଣ ପାଇଁ ଆଇନ,ସରକାରୀ ସମ୍ପତ୍ତିର ବିକ୍ରି ବନ୍ଦ କରିବା, ଦର କମାଇବା ,ସର୍ବନିମ୍ନ ମଜୁରୀ ମାସିକ 26 ହଜାର କରିବା ଦାବିରେ ଧର୍ମଘଟ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ବ୍ରହ୍ମପୁର ସହରରେ ଜନସାଧାରଣ ସାହାଯ୍ୟ ଓ ସହଯୋଗ କରିଥିବା ଯୋଗୁଁ ଧନ୍ୟବାଦ ଜ୍ଞାପନ କରାଯାଇଛି।ଆଜି ସକାଳେ ରେଳ ଷ୍ଟେସନ ଠାରେ ପିକେଟିଂ ଆରମ୍ଭ ହୋଇଥିଲା।ତାପରେ ପୋଷ୍ଟ ଅଫିସ, ବ୍ୟାଙ୍କ,SBI, RDC, ଜିଲ୍ଲା କୋର୍ଟ,TPSODL,ଟାଟା ପାୱାର, ଉପ ଜିଲ୍ଲାପାଳ,SDO, ତହସିଲ,tahsil ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ବନ୍ଦ କରା ଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ଅଳି କିଶୋର ପଟ୍ଟନାୟକ, ଯୁଧିଷ୍ଠିର ବେହେରା ,ପ୍ରଶାନ୍ତ ପାଟଯୋଶୀ,ପ୍ରଦୀପ ସେଠି, ଭୋକଲି ସେଠି, ସୋମନାଥ ବେହେରା, ସତ୍ୟ ତ୍ରିପାଠୀ, ପ୍ରତାପ ଚୌଧୁରୀ, ଶିବପ୍ରସାଦ ମହାପାତ୍ର,ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ,ମଧୁ ବେହେରା,G ମୋହନ ରାଓ, ହରି ନାହାକ, ରାଜରାଓ, ଚିଟିବାବୁ, କେଶବ ଗୌଡ଼, କାଳି ମିଶ୍ର, ନୀଳ ମାଧବ ମିଶ୍ର, କାମଦେବ ନାହାକ, ପପୁନ ସାହୁ, ନିମାଇଁ ସାହୁ, ଆଦିତ୍ୟ ତ୍ରିପାଠୀ, ଶଙ୍କର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *