ଏମକେସିଜି ରେ କର୍ମଚାରୀ ମାନଙ୍କ ଦ୍ୱାରା ମିଳିତ ଭାବେ ଭାରତ ବନ୍ଦ କୁ ସମର୍ଥନ

ସର୍ବଭାରତୀୟ ଶ୍ରମିକ ସଂଗଠନ ଇଫଟୁ ଦ୍ୱାରା ଅନୁବନ୍ଧିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଭାରତ ବନ୍ଦ କୁ ସମର୍ଥନ ଦେବାସହ ମେଡିକାଲ କଲେଜ ମୁଖ୍ୟଦ୍ୱାର ସମ୍ମୁଖରେ ରେ ପ୍ରତିବାଦ କରି କେନ୍ଦ୍ର ସରକାର ଙ୍କ ଦ୍ୱାରା ଅଣାଯାଇଥିବା ଶ୍ରମିକ କର୍ମଚାରୀ ବିରୋଧି ନୁଆଁ ଶ୍ରମ ସଂହିତା କୁ ବାତିଲ କରିବାର ଦାବୀ ରଖିଥିଲେ I ସରଳୀକରଣ ନାମରେ 29ଟି ଶ୍ରମ ଆଇନ କୁ ବାତିଲ କରି ଶ୍ରମିକ ଙ୍କ ଅଧିକାର ଛଡେଇ ନିଆଯାଇଥିବା ବେଳେ ସରକାରଙ୍କ ଦ୍ୱାରା ଏହି ଚାରୋଟି ସଂହିତା ର ଖରାପ ଦିଗ ଗୁଡିକୁ ଦୃଷ୍ଟି ନ ଦେଇ ମିଥ୍ୟା ଲାଭ ର ପେତିଶୃତି କୁ କେବଳ ପ୍ରଚାର କରିବା ରେ ଲାଗିଛନ୍ତି I ଓଲଟା 10 ଘଣ୍ଟା କାମ ଦିବସ ଓ ମହିଳା ଙ୍କୁ ରାତ୍ରୀ କାଳୀନ ଡ୍ୟୁଟି ଓ ଫିକ୍ସଡ଼ ଟର୍ମ ଏମ୍ପ୍ଲଇମେଣ୍ଟ ଭଳି କର୍ମଚାରୀ ବିରୋଧୀ ନୀତି ଗୁଡିକୁ ଲାଗୁ କରିବାକୁ କର୍ମଚାରୀ ମାନେ ତୁରନ୍ତ ବାତିଲ କରିବାକୁ ଦାବୀ ରଖିଛନ୍ତି I

ଏହିକ୍ରମ ରେ ଜିଲ୍ଲା ସାରା ଇଫଟୁ ତରଫରୁ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ପୌର କାର୍ଯ୍ୟାଳୟ ଆଗରେ ଭାରତ ବନ୍ଦ କୁ ସମର୍ଥନ ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମ କୁ ଇଫଟୁ ର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ପରିଚାଳନା କରିଥିବା ବେଳେ, ପୌର କର୍ମଚାରୀ ନେତା ଉତ୍ତମ ନାୟକ, ଆଉଟସୋର୍ସିଙ୍ଗ କର୍ମଚାରୀ ନେତା ପ୍ରଶାନ୍ତ ପରିଛା, ସ୍ୱାସ୍ଥ୍ୟ କର୍ମଚାରୀ ନେତା ନମିତା ନାୟକ, ପି. ରମେଶ ନାୟକ, ସୁନୀଲ ପାତ୍ର, ନିରଞ୍ଜନ ଦାସ, ଭାଗିରଥି ନାୟକ, ଆଶୁତୋଷ ଘଡ଼ାଇ, ମଧୁ ସୁଦନ ରାଓ, ମିନି ରାଜୁ, ସୁରଜ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ I

Leave a Reply

Your email address will not be published. Required fields are marked *