ଶତ ପ୍ରତିଶତ ଦିବ୍ୟାଙ୍ଗଙ୍କ ଭତ୍ତା ଟଙ୍କା ବାଟ ମାରଣା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତ ଅଧୀନ ତୁମୁରା ଗ୍ରାମ ହଂସ ପଡ଼ା । ଯାହାକି ଗୋଲାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ତିନି କିଲୋ ମିଟର।ଦିବ୍ୟାଙ୍ଗ ମହିଳା କୁନ୍ତଳା ହଂସ ବୟସ ୪୩, ପିତା ସ୍ବର୍ଗତ ଉଦ୍ଧବ ହଂସ ଶତ ପ୍ରତିଶତ ଦିବ୍ୟାଙ୍ଗ, ଶୁଣିବା ଓ କଥା କହିବାରେ ଅସମର୍ଥ। ଶତ ପ୍ରତିଶତ ଦିବ୍ୟାଙ୍ଗ ଥିବା ସ୍ଵତେ ଆଜି ପର୍ଯ୍ୟନ୍ତ ୩୫୦୦/- ଟଙ୍କା ଭତ୍ତା ପାଇବା ଦୂର ର କଥା।ପୂର୍ବ ନିର୍ଦ୍ଧାରିତ ଟ୧୨୦୦ଙ୍କା ପ୍ରତି ମାସ ପାଉଥିଲେ। କିନ୍ତୁ ଅତି ଦୁଃଖର କଥା ଗତ ୨୦୨୫ ମସିହା ଜାନୁଆରୀ, ଫେବୃୟାରୀ ଓ ମାର୍ଚ୍ଚ ତିନି ମାସର ଭତ୍ତା ଟଙ୍କା ପାଇ ନାହାଁନ୍ତି। ସେହି ତିନି ମାସର ଭତ୍ତା ଟଙ୍କା ଗଲା କୁଆଡେ଼? ବାଟ ମାରଣା ହୋଇ ନାହିଁ ତୋ?ଭାର ପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରିଙ୍କ ସହିତ ଯୋଗାଯୋଗ କଲା ପରେ ତିନି ମାସର ଭତ୍ତା ଟଙ୍କା ହିତାଧିକାରୀଙ୍କ ପାଖକୁ ଯାଇଛି ହେଲେ ପାଇ ନ ଥିବା ପ୍ରକାଶ କରିଥିଲେ। ତେଣୁ ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଈ କୁନ୍ତଳା ହଂସଙ୍କୁ ବାକି ଥିବା ତିନି ମାସର ଭତ୍ତା ଟଙ୍କା ପ୍ରଦାନ କରିବା ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁନ୍ତଳା ହଂସଙ୍କ ଭାଇ ରିଖି ହଂସ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *