ପୁରୁଷୋତ୍ତମପୁର ଅନ୍ତର୍ଗତ କନକା ସ୍କୁଲ ରେ ବାର୍ଷିକ ଉତ୍ସବ ପାଳିତ l
ପୁରୁଷୋତ୍ତମପୁର ୧୪/୨ ସ୍ଥାନୀୟ ଅଂଚଳର ପୂର୍ବ ଭାଗରେ ଥିବା କନକା ସାହିର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ବିଚିତ୍ର ବେହେରାଙ୍କ ସଭାପତିତ୍ୱରେ ଧୁମ ଧାମ ରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଏ.ବି.ଇ.ଓ ନିରଞ୍ଜନ ସାହୁ ଓ ଅବସର ପ୍ରାପ୍ତ ଶିକ୍ଷକ ଏ ରାଜୁ ଗୋପାଳ ରାଓ ଯୋଗ ଦେଇଥିଲେ ଏହା ସହିତ ସମ୍ମାନିତ ଅତିଥି ଭାବେ ଏନ.ଏ.ସି. ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସହିତ ଏ.ବି.ଇ.ଓ ତଥା ବି.ଆର.ସି.ସି ବିଜୟ ଚନ୍ଦ୍ର ବେହେରା ଓ ୧ନମ୍ବର ୱାର୍ଡର କାଉନସିଲର ଗିରିଜା ବେହେରା ମଧ୍ୟ ଯୋଗ ଦେଇଥିଲେ ଏବଂ ମଞ୍ଚ ପରିଚାଳନା ଦାଇତ୍ୱ କନକା ସିଆରସିସି ହେମନ୍ତ କୁମାର ବେହେରା କରିଥିଲେ | ଏହି କାର୍ଯ୍ୟକ୍ରମକୁ ପୌରହିତ୍ୟ କରିଥିଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ମିଶ୍ର, ପ୍ରକାଶ ଚନ୍ଦ୍ର ବେହେରା, ନାରାୟଣ ପାଢ଼ୀ, ସିମ୍ରନ ବେହେରା, ପ୍ରିୟଙ୍କା ପ୍ରଧାନ ସହିତ ସମସ୍ତ ଷ୍ଟାଫ ପୂର୍ଣ୍ଣ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଙ୍କ ଦ୍ଵାରା ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା | ବିଦ୍ୟାଳୟ ତରଫରୁ ଶ୍ରେଣୀ କକ୍ଷ ମରାମତି ଏବଂ ଏକ ସ୍ଥାୟୀ ସି.ଆର.ସି.ସି ଅଫିସ ବିଲଡିଂ ନିମନ୍ତେ ବିଧାୟକ ଙ୍କୁ ନିବେଦନ କରାଯାଇଛି ଯାହାକୁ ବିଧାୟକ ମହୋଦୟ ଖୁବ ଶୀଘ୍ର କରାଯିବ ବୋଲି ଆଶ୍ୱାସନା ଦେଇଥିଲେ l ଶେଷରେ ଏହି ବାର୍ଷିକ ଉତ୍ସବରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ସୁନ୍ଦର ନୃତ୍ୟ ଗୀତ ଦେଖି ସ୍କୁଲର ଛାତ୍ର ଛାତ୍ରୀ ଅଭିଭାବକ ଏବଂ ଜନସାଧାରଣ ଆନନ୍ଦରେ ବିମୋହିତ ହୋଇ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ |
