ଜେକେପୁର ଶିଶୁ ମନ୍ଦିରରେ ଜେଜେବାପା ଜେଜେମା ସମ୍ମିଳନୀ ଅନୁଷ୍ଠିତ
ରାୟଗଡା ତା : ୧୪.୦୨.୨୦୨୬ ରାୟଗଡା ବ୍ଲକ ଅନ୍ତର୍ଗତ ଜେ.କେ.ପୁରର ଶ୍ରୀ ଗୁରୁଜୀ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେବାପା ଜେଜେମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଚକ୍ରଧର ବେହେରା (ଅବସର ପ୍ରାପ୍ତ ଆରକ୍ଷ ଅଧିକାରୀ ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଵଳନ କରିବା ସହ ମା’ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ମାନନୀୟ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ( ଅବସରପ୍ରାପ୍ତ ଶିକ୍ଷକ ),ରାଜେନ୍ଦ୍ର ନାଥ ମିଶ୍ର (ସ୍ଥାନୀୟ ବିଦ୍ୟାଳୟର ସଭାପତି ) ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ I ଆମ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ମାନନୀୟ ଶ୍ରୀଯୁକ୍ତ ରଘୁନାଥ ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ତାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା I ଆମ ଅନୁଷ୍ଠାନର ଶାନ୍ତି ଗୁରୁମା ବନ୍ଦନା କରିଥିଲେ ଓ ରଶ୍ମିତା ଗୁରୁମା ସଞ୍ଚାଳନ କରିବା କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଶ୍ରୀଯୁକ୍ତ ରାଜେନ୍ଦ୍ର ନାଥ ମିଶ୍ର (ସଭାପତି ) ଧନ୍ୟବାଦ ଅର୍ପଣ କରିଥିଲେ । ଜେଜେବାପା ଜେଜେମା ମାନଙ୍କର ବିଭିନ୍ନ ପ୍ରତିଯୋଗୀତା କରାଯାଇ କୃତୀ ଜେଜେବାପା ଓ ଜେଜେମା ମାନଙ୍କୁ ପୃରସ୍କାର ପ୍ରଦାନ କରାଯାଇଥିଲା I ପରିଶେଷରେ ସମସ୍ତ ଆଚାର୍ଯ୍ୟ/ ଆଚାର୍ଯ୍ୟା ଓ ମାଉସୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ରାୟଗଡାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ।
