ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ପୁଲବାମା ଆକ୍ରମଣ ରେ ବୀର ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ଭବାନୀପାଟଣା : ୧୪/୦୨/୨୦୨୬ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ପୁଲବାମା ଆକ୍ରମଣ ରେ ଭାରତ ର ବୀର ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି | ଭାରତ ର ବୀର ଯବାନ ହେଉଛନ୍ତି ଦେଶର ଗର୍ବ ଓ ଗୌରବ ୧୪ ଫେବୃଆରୀ ୨୦୧୯ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ଭାରତ ର ସହୀଦ ଯବାନଙ୍କ ବଳିଦାନ ଦେଶଭକ୍ତି ର ଏକ ଜ୍ୱଳନ୍ତ ଉଦାହରଣ ଓ ସେମାନଙ୍କ ବଳିଦାନ ବୃଥା ଯିବନି ବୋଲି ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ | ବନ୍ଦେ ମାତରଂ ଗାନ ସହ ସଭା ସାଙ୍ଗ ହୋଇଥିଲା |
