ଇସ୍ପାତ ଏକ୍ସପ୍ରେସ ସମ୍ପ୍ରସାରଣକୁ କଳାହାଣ୍ଡି ରେଳଯାତ୍ରୀ ସଂଘର ସ୍ୱାଗତ

ଭବାନୀପାଟଣା, ୧୪/୦୨:-ଇସ୍ପାତ ଏକ୍ସପ୍ରେସ ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସ୍ୱାଗତ କରିଛି କଳାହାଣ୍ଡି ରେଳ ଯାତ୍ରୀ ସଂଘ। ଗତ ୨୦୧୪ ମସିହାରୁ ସଂଗଠନ ଏହି ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିକଟରେ କ୍ରମାଗତ ଭାବେ ଦାବି କରାଯାଇ ଆସୁଥିଲା। ରେଳ ଭବନଠାରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରାଯାଇଥିଲା।ଦୀର୍ଘଦିନର ଦାବିକୁ ବିଚାରକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିଥିବାରୁ ସଂଘ ତରଫରୁ ରେଳ ବିଭାଗ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ସମ୍ପ୍ରସାରଣ ଦ୍ୱାରା ଦେଶର ପୂର୍ବାଞ୍ଚଳ ବିଶେଷ କରି କଳାହାଣ୍ଡି, ନୂଆପଡ଼ା ଭଳି କେବିକେ ଜିଲ୍ଲା ଓ କୋଲକାତା ସହିତ ସିଧା ସଳଖ ରେଳ ଯୋଗାଯୋଗ ହେବ। ଏହାଦ୍ୱାରା ବିଭିନ୍ନ ବ୍ୟବସାୟ, ବାଣିଜ୍ୟ ଓ ଯାତାୟତ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ଏବଂ ହଜାର ହଜାର ଯାତ୍ରୀଙ୍କ ପାଇଁ ଯାତ୍ରା ସୁଗମ ହେବ ବୋଲି କଳାହାଣ୍ଡି ରେଳ ଯାତ୍ରୀ ସଂଘର ସଭାପତି ଡ. ଭବାନୀଶଙ୍କର ନିଆଲ ପ୍ରକାଶ କରିଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସେ ଧନ୍ୟବାଦ ଜଣାଇବା ସହିତ ପୂର୍ବାଞ୍ଚଳ ରେଳ ସଂଯୋଗରେ ଇସ୍ପାତ ଏକ୍ସପ୍ରେସ ସମ୍ପ୍ରସାରଣ ଏକ ମାଇଲଖୁଣ୍ଟ ସାଜିବ ବୋଲି ସଂଘର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲଙ୍କ ସହିତ ସଂଘର କର୍ମକର୍ତ୍ତା ନିରୋଜ ପଟ୍ଟନାୟକ, ପରମାନନ୍ଦ ମାଝୀ, ଦେବୀପ୍ରସାଦ ସିନ୍ଦୁର, ପ୍ରଦୀପ କୁମାର ଦାସ, ବଣ୍ଟି ଅଗ୍ରୱାଲ, ହିମାଂଶୁ ଶେଖର ବରାଡ଼, ହୃଷିକେଶ ମିଶ୍ର, ସ୍ୱାଧୀନ ପାତ୍ର, ସୁଶୀଲ କୁମାର ବାଗ, ପ୍ରମୋଦ ଜୈନ ପ୍ରମୁଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *