ରେଢୁଆ ପଞ୍ଚାୟତ ଠାରେ ବନ୍ଧୁ ମିଳନ ଉତ୍ସବ।

ରଘୁନାଥପୁର ତା ୧୪/୨—–ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢୁଆପଞ୍ଚାୟତ ରେ ଗତ ବୁଧବାର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ରେଢୁଆ ବିଜୁକାମ୍ୟୁନିଟି ସେଣ୍ଟର ପରିଷରରେ ଆୟୋଜିତ ବନ୍ଧୁମିଳନର ଉତ୍ସବରେ ସହପାଠିନୀ ଓ ସହପାଠୀ ଙ୍କ ବିୟୋରେ ଶୋକସଭା କରାଯାଇଥିଲା।ଅସୁସ୍ଥ ଥିବା ଦୁଇ ବନ୍ଧୁ ଅଭୟ ବାରିକ ଓ ରବୀନ୍ଦ୍ର ରାଉତଙ୍କୁ ଆର୍ଥିକ ସାହାଯ୍ୟ କରିବା ପାଇଁ ସିଦ୍ଧାନ୍ତ ନିଆଯିବା ସହିତ ଆଗାମୀ ଦିନରେ ଯେଉଁ ସହପାଠୀ ମାନେ ଅସୁବିଧା ର ସମ୍ମୁଖୀନ ହେବେ ସେମାନଙ୍କୁ ସାହାଯ୍ୟ କରାଯିବ ବୋଲି ଉତ୍ସବରେ ସହମତି ପ୍ରକାଶ ପାଇଥିଲା।ଏଥିରେ ରବୀନ୍ଦ୍ର ନାଥ ବିଶ୍ୱାଳ,ଶରତ ସାହୁ,ଶୈଳେନ୍ଦ୍ର ରାଉତ,ସୁରେଶ ମୁଦୁଲି,ନିମାଇଁ ବାରିକ,ବିଜୟ ଖଟୁଆ,ବିଜୟ ମହାନ୍ତି,ଚିତ୍ତ ରଞ୍ଜନ ରାଉତ,ସୁପ୍ରଭା ପ୍ରଧାନ,କନକ ଜେନା ଜୋସ୍ନା ମୟୀ ସାମଲ,ତ୍ରିଲୋଚନ ଦିବେଦୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *