ମୋହନଗିରି ଠାରେ ପୂଜା ପାଉଛନ୍ତି ସର୍ବ ପ୍ରାଚୀନ ଷଷ୍ଠ ଶତାବ୍ଦୀ ପବିତ୍ର ଶୈବ ତ୍ରିଥ କ୍ଷେତ୍ର

କଳାହାଣ୍ଡି ଜିଲ୍ଲାର ଶେଷ ସୀମା ମ. ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଠାରେ ପୂଜା ପାଉଛନ୍ତି ସର୍ବ ପ୍ରାଚୀନ ଷଷ୍ଠ ଶତାବ୍ଦୀ ପବିତ୍ର ଶୈବ ତ୍ରିଥ କ୍ଷେତ୍ର ପ୍ରକୃତି ର ମନୋରମ କୋଳରେ ଅବସ୍ଥିତ ଏହି ମନ୍ଦିର ଧାର୍ମିକ ଆସ୍ଥା ଓ ବିଶ୍ୱାସ ଐତିହ୍ୟ ଓ ସଂସ୍କୃତି ପରମ୍ପରା ର ବାର୍ତା ବହନ କରୁ ଥିବା ପ୍ରାଚୀନ କାଳରୁ ଶୈବ ଉପାସନା ର ଏକ ମୁଖ୍ୟ କେନ୍ଦ୍ର ରୂପେ ପରିଚିତ l କଳାହାଣ୍ଡି ଜିଲ୍ଲା ର ଏକ ସମୃଦ୍ଧ ସାମ୍ପ୍ରଦାୟିକ ଐତିହ୍ୟ ଓ ଧାରକ l ଐତିହାସିକ ଙ୍କ ମତ ଅନୁସାରେ ଏହି ଅଂଚଳ ରେ ନାଗ ବଂଶୀ ରାଜା ମାନେ ଦୀର୍ଘ ସମୟ ଧରି ରାଜୁତି କରି ଆସୁଥିଲେ ଓ ସେମାନେ ଶୈବ ଧର୍ମ ଦୃଢ଼ ଉପାସକ ଥିଲେ ତାଙ୍କ ସମୟର ବିଭିନ୍ନ ଶିବ ମନ୍ଦିର ତୋଳେଇବ ସହ ମନ୍ଦିର ପୁନ୍ନରଉଦ୍ଧାର ହୋଇ ଥିବା ଲୋକ ପ୍ରଚଳିତ l ସ୍ଥାନୀୟ ଲୋକ କଥା. କାହାଣୀ ଅନୁଯାୟୀ ମୋହନଗିରି ଶିବ ଲିଙ୍ଗ ସ୍ୱଂୟ ଭୁ ଭାବେ ପ୍ରକାଶିତ ହୋଇଥିଲେ l ପ୍ରଥମେ ଏଠାରେ ଛୋଟ ପୂଜା ସ୍ଥଳୀ ଥିଲା ଭକ୍ତ ମାନଙ୍କ ଆସ୍ଥା ପ୍ରକଟିତ ହେବା ସହିତ ମୋହନଗିରି ପୋଲିସ ଅଧିକାରୀ କୃତିବାସ ଦଣ୍ଡସେନା ଙ୍କ ପ୍ରତିପାଳନରେ ଏହା ଏକ ସମ୍ପୂର୍ଣ ରୂପରେଖ ନେଇ ଥିଲା l

ମନ୍ଦିର ପଥର ଗଠନ ପୁରାତନ ଶୈଳୀ ଏହା ଅନେକ ପ୍ରାଚୀନ ଶୈବ ପୀଠ ବୋଲି ବିଶ୍ୱାସ କରାଯାଏ. I ମନ୍ଦିର ଗଠନ ରେ ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ପ୍ରଭାବ ପାଏ ଓ ହେଲେ ଏଠାରେ ମହାଶିବରାତ୍ରି ମେଳା ସହିତ. ଶ୍ରାବଣ ମାସ. ଶୀତଳ ଷଷ୍ଠୀ. ଦୁର୍ଗା ପୂଜା ପାଳିତ ହୁଏ ଯାହାକି ଅନେକ ଭକ୍ତ ଙ୍କ ବିଶ୍ୱାସ ରହିଛି ମାନସିକ କଲେ ଫଳ ପ୍ରାପ୍ତି ହୁଏ. ମନ୍ଦିର କେବଳ ଧର୍ମ ସ୍ଥଳୀ ନୁହେଁ ଏହା ଅଂଚଳ ସାମାଜିକ ଏକତା ରେ କେନ୍ଦ୍ର l ଲୋକ ମାନେ ଏକତ୍ରିତ ହୋଇ ଭାଇ ଚାରା ର ପରିଚୟ ଦେଇ ଥାଏ l ମୋହନଗିରି ଶିବ ମନ୍ଦିର ଆମ ଓଡିଶା ର ଗୌରବ ମୟ ଐତିହ୍ୟ ର ଜୀବନ୍ତ ପ୍ରତୀକ ଏହା ଧର୍ମ. ଇତିହାସ. ସଂସ୍କୃତି ଓ ପ୍ରକୃତି ସୁନ୍ଦର ସମନୀୟ l

Leave a Reply

Your email address will not be published. Required fields are marked *