ପୁରୁଷୋତ୍ତମପୁର ଅଞ୍ଚଳରେ ମହାଶିବରାତ୍ରି ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ

ପୁରୁଷୋତ୍ତମପୁର ଅଞ୍ଚଳରେ ମହାଶିବରାତ୍ରି ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ l.

ପୁରୁଷୋତ୍ତମପୁର ୧୩/୨-( )ଏହି ଅଞ୍ଚଳରେ ବହୁତ ଗୁଡ଼ିଏ ଶିବ ମନ୍ଦିର ରହିଛି ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ତହସିଲ ଅଫିସରେ ତହସିଲଦାର ବିନୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଗତ ଗୁରୁବାର ଦିନ ପ୍ରଥମ ଥର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମହାଶିବରାତ୍ରି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ବ୍ଲକର ପ୍ରମୁଖ ଶିବ ମନ୍ଦିର କମିଟିର ସଦସ୍ୟ ମାନଙ୍କୁ ଡାକି ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରଦ୍ଧାଳୁମାନେ କିପରି ସହଜ,ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,ସେଥିପାଇଁ ବିଶେଷ ଜୋର ଦିଆଯାଇଥିଲା। ସମସ୍ତ ମନ୍ଦିର ଚତୁର୍ପାର୍ଶ୍ୱକୁ ସଫା–ସୁତରା କରିବା ସହ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଆଲୋକୀକରଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କୁହାଯାଇଥିଲା। ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଲଗାଯାଉଥିବା ଦୀପକୁ ସୁରକ୍ଷିତ ସ୍ଥାନରେ ଲଗାଯିବା ପାଇଁ ବ୍ୟବସ୍ଥା କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା | ଯାହା ଦ୍ୱାରା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ। ଉକ୍ତ ବୈଠକରେ ଅତିରିକ୍ତ ତହସିଲଦାର କେ.ଦେବାଶିଷ ମହାପାତ୍ର,ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗୀତା ସେଠୀ, ସ୍ଥାନୀୟ ଅଗ୍ନିଶମ ବିଭାଗର ମୁଖ୍ୟ ଆଲୋକ କୁମାର ଦଳେଇ ଓ ସ୍ଥାନୀୟ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ। ସହର ମଧ୍ୟରେ ପ୍ରମୁଖ ଚାରୋଟି ଶୈବପୀଠ ଯଥା କପିଳେଶ୍ୱର ମନ୍ଦିର , ସ୍ଵପ୍ନେଶ୍ଵର ମନ୍ଦିର,ଲଙ୍ଗଳେଶ୍ୱର ମନ୍ଦିର ଓ କୁମାରେଶ୍ବର ମନ୍ଦିର ସହିତ ବ୍ଲକ ଅନ୍ତର୍ଗତ ତୁମ୍ବେଶ୍ୱରମନ୍ଦିର,କାଳେଶ୍ଵର ମନ୍ଦିର ଓ ଗୁପ୍ତେଶ୍ୱରଙ୍କ ପୀଠ ରହିଛି। ସେଥିପାଇଁ ଜାଗର ରାତିରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ମିଳିବ ବୋଲି ତହସିଲଦାର ବିନୋଦ କୁମାର ବେହେରା ଆଶ୍ୱାସନ ଦେଇଥିଲେ। ପ୍ରଥମ ଥର ପାଇଁ ଏପରି ସମନ୍ୱିତ ପ୍ରସ୍ତୁତି ପଦକ୍ଷେପକୁ ପୁରୁଷୋତ୍ତମପୁର ଜନସାଧାରଣ ଖୁବ ପ୍ରଶଂସା କରିଛନ୍ତି l ସ୍ଥାନୀୟ ତହସିଲଦାର ଆଗକୁ ଏମିତି ଜଣମଙ୍ଗଳ କାର୍ଯ୍ୟ ଜାରି ରଖିବା ଶହ ପୁରୁଷୋତ୍ତମପୁର ବାସୀଙ୍କୁ ଏକ ନୁଆଁ ଦିଶା ଦେଖାଇବାରେ ସହାୟକ ହେବେ ବୋଲି ଖୁବ ଆଶାବାଦୀ ଅଛନ୍ତି l

Leave a Reply

Your email address will not be published. Required fields are marked *