ଓଡିଶା ଅମଲା ସଂଘର କାର୍ଯ୍ଯକାରିଣୀ ବୈଠକ
ଭୁବନେଶ୍ୱର-ତା.୧୪.୦୨.୨୦୨୬ ଓଡିଶା ଅମଲା ସଂଘର କାର୍ଯ୍ଯକାରିଣୀ ବୈଠକ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଅନୁଷ୍ଠିତ ହୋଇଛି। ଏଥିରେ ମାନ୍ୟବର ବି.ଜେ.ପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆଜିର କାର୍ଯ୍ୟକ୍ରମ ଓଡିଶା ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଦାସ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସଂଘର ମୂଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ତ୍ରିପାଠୀ, ମୂଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ନାରାୟଣ ଦାଶ, ଅଧ୍ୟକ୍ଷ ଶ୍ରୀଯୁକ୍ତ ହୃଦୟ ବିହାରୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ପାତ୍ର ସହିତ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ତରାସିଆ, ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ବଳୀଆର୍ ସିଂହ, ସଂଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ସହିତ ରାଜ୍ୟ ସଂଘର ସମସ୍ତ ଜିଲ୍ଲାର ପ୍ରତିନିଧି ବୈଠକରେ ଯୋଗଦାନ କରିଥିଲେ l ଉକ୍ତ ବୈଠକରେ ସଂଘ ପକ୍ଷରୁ ସମ୍ମାନୀୟ ମୂଖ୍ୟ ଅତିଥିଙ୍କୁ ତିନି ଗୋଟି ପ୍ରସ୍ତାବ ଦିଆଯାଇଥିଲା ଳ ପ୍ରଥମତଃ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲା ମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର୍ ଜ୍ଞାନ ଭିତ୍ତିରେ ଦରମା ଲେବୁଲ୍- ୯ , ୨୦୧୭ ମସିହାରୁ ବେନିଫିଟ୍ ପ୍ରଦାନ। ଦ୍ଵିତୀୟରେ ୨୦୧୯ ମସିହାର କ୍ୟାଡର ନିୟମ ଅନୁଯାୟୀ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ପ୍ରୋମୋସନ ନିମନ୍ତେ ରାଜ୍ୟ ସରକାର ପତ୍ର ସଂଖ୍ୟା ୨୦୭/ ତା ୨.୧ ୨୬ ରିଖ ରେ ଆଦେଶ ପ୍ରଦାନ କରିଛନ୍ତି l ବର୍ତ୍ତମାନ ଅନେକ ଜିଲ୍ଲା ସ୍ତରୀୟ ଅମଲା ମାନେ ପ୍ରୋମୋସନ ନପାଇ ଅବସର ଗ୍ରହଣ କରୁଛନ୍ତି ,ଅଦ୍ୟାବଧି କୌଣସି ଜିଲ୍ଲାରେ ପ୍ରତିଷ୍ଠାନ ଅଧିକାରୀ ଓ ବରିଷ୍ଠ ପ୍ରତିଷ୍ଠାନ ଅଧିକାରୀ ପ୍ରମୋସନ ଦିଆଯାଇ ନାହିଁ l

ଏଣୁ ସଚିବାଳୟ, ମୂଖ୍ୟ ଦପ୍ତର କାର୍ଯ୍ୟାଳୟ ଭଳି ଜିଲ୍ଲା ସ୍ତରରେ ଗୋଟିଏ କ୍ୟାଡର ନିୟମ ପ୍ରଣୟନ କରାଯାଉ ଳ ତୃତୀୟ ପ୍ରସ୍ତାବ ଅନୁଯାୟୀ ଭୁବନେଶ୍ବର ହେଡ୍ କ୍ୱାଟର ଠାରେ ସଂଘର କାର୍ଯ୍ୟ ନିମନ୍ତେ ଗୋଟିଏ ଘର ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉ l୨୦୨୫ ମସିହାରେ ଓଡ଼ିଶା ଅମଲା ସଂଘର ଦାବୀ ବିଷୟରେ ମାନ୍ୟବର ମହାମହିମ ରାଜ୍ୟପାଳ, ମାନ୍ୟବର ମୂଖ୍ୟ ସଚେତକ, ମାନ୍ୟବର ବାଚସ୍ପତି, ମାନ୍ୟବର ଉପ ବାଚସ୍ପତି, ମାନ୍ୟବର ହାଉସ୍ କମିଟି ଅଧ୍ୟକ୍ଷ ମଧ୍ୟ ରାଜ୍ୟ ସରକାର ଙ୍କୁ ସୁପାରିଶ କରିଛନ୍ତି l ଓଡିଶା ଅମଲା ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀ ପତ୍ର ପ୍ରଦାନ କରାଯାଇଛି lଅଦ୍ୟାବଧି ରାଜ୍ଯ ସରକାର ଦାବୀ ପୂରଣ କରିନଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବିକୁ ବିଚାର କରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି ।l
