ମହାଶିବରାତ୍ରି ବା ଜାଗର ଯାତ୍ରା
ଆଜି ମହାଶିବରାତ୍ରି ବା ଜାଗର ଯାତ୍ରା। ଓଁ ନମଃ ଶିବାୟ ଏବଂ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନପବନ। ଏହି ଉପଲକ୍ଷେ ପୁରୀର ସ୍ୱର୍ଣ୍ନାଭ ବେଳାଭୂମିରେ ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ତାଙ୍କ ବାଲୁକାକଳାରେ ପ୍ରାୟ ୧୭ ହଜାର ରୁଦ୍ରାକ୍ଷ ସହ ୫୦୦ ଟି ଛୋଟଛୋଟ ଶିବଲିଙ୍ଗ ନିର୍ମାଣ କରିଛନ୍ତି,,, ଯାହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି। ଏହା ସହ ସେ ପ୍ରାୟ ୭ ଫୁଟ ଉଚ୍ଚତା ବିଶିଷ୍ଟ ଭଗବାନ ଶିବଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଶିବଙ୍କ ସମ୍ମୁଖରେ ବିଶାଳ ଶିବଲିଙ୍ଗ ମଧ୍ୟ ଗଢିଛନ୍ତି। ବାଲିରେ ପର୍ବତ ନିର୍ମାଣ କରି ତା ଉପରେ ପ୍ରଭୂ ଶିବଙ୍କୁ ବିରାଜମାନ କରାଇ HAR HAR MAHADEV ଏବଂ HAPPY MAHASIVARATRI ର ବାର୍ତ୍ତା ଦେଇଛନ୍ତି |
