ସର୍ବଭାରତୀୟ ସଂଘ କୁ ମନୋନୀତ

ଭବାନୀପାଟଣା – ପୁନର୍ଗଠିତ ୨୦୨୫-୨୮ ଉତ୍କଳ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନର ରାଜ୍ୟସ୍ତରୀୟ ବୈଠକ ଜଗନ୍ନାଥ ଧାମ ପୁରୀ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇଛି। କଳାହାଣ୍ଡି ଜିଲ୍ଲା ଔଷଧ ଵ୍ୟଵସାୟ ସଂଘ ର ସଭାପତି ଅଶୋକ କୁମାର ରାଉତ ଙ୍କୁ ଅଖିଳ ଭାରତୀୟ ଔଷଧ ସଂଘ ର କାର୍ଯ୍ୟକାରୀଣି କମିଟି କୁ ମନୋନୀତ ହୋଇଛନ୍ତି। ତାଙ୍କର ଏହି ନୂତନ ଦାୟିତ୍ବ ଘୋଷଣା ପରେ ଅଞ୍ଚଳର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି । ପୁରୀରେ ଗୁରୁବାର ଅନୁଷ୍ଠିତ ବୈଠକରେ ଅଶୋକ ଙ୍କ ନାମ ଘୋଷଣା ହେବା ପରେ ଉପସ୍ଥିତ ସଦସ୍ୟମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କ ଚୟନରେ କଳାହାଣ୍ଡି ଜିଲ୍ଲା କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଦେଖାଯାଇଛି। ସଂଗଠନର ଶୀର୍ଷ ନେତୃତ୍ବ ଓ ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଶ୍ରୀ ରାଉତ ଔଷଧ ବ୍ୟବସାୟୀମାନଙ୍କ ହିତ ସୁରକ୍ଷା ଓ ସଂଗଠନକୁ କୁ ଆହୁରି ସଶକ୍ତ କରିବା ପାଇଁ ନିରନ୍ତର କାମ କରିବେ ବୋଲି ପ୍ରକାଶ କହିଛନ୍ତି।

Leave a Reply

Your email address will not be published. Required fields are marked *