ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ।
ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ। ଶ୍ରୀମନ୍ଦିର ନିକଟରେ ଥିବା ଶ୍ରୀଦାଣ୍ଡର ଏକ ଇଲେକ୍ଟ୍ରୀ ଟ୍ରାନସଫରମରରେ ନିଆଁ ଲାଗିବାରୁ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦୁଇଟି ଦମକଳ ଗାଡି ଆସି ନିଆଁକୁ ଆୟତ କରିଛନ୍ତି। ପ୍ରାୟ ଏକଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟ୍ରାନସଫରମରରେ ନିଆଁ ଲାଗି ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସବୁବେଳେ ଶ୍ରୀଦାଣ୍ଡ ଅନ୍ଧାରିଆ ହୋଇଥିବାରୁ ଏହାର ସୁଯୋଗ ନେଇ କିଛି ନିଶାଖୋର ଯୁବକ ମାନେ ସିଗାରେଟ୍ କିମ୍ବା ବିଡି ଖାଇ ଫୋପାଡି ଦେବାରୁ ଟ୍ରାନସଫରମରରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ ଟ୍ରାନସଫରମରଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ନିଆଁ କୌଣସି ଇଲେକ୍ଟ୍ରୀ ତାରକୁ କବଳିତ କରିବା ପୂର୍ବରୁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଦୁଇଟି ଗାଡି ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଆଁକୁ ଆୟତ କରିଥିଲେ। ତେବେ ଆଉ କେହି ସକସର୍କିଟ ଯୋଗୁଁ ଟ୍ରାନସଫରମରରେ ନିଆଁ ଲାଗିଥିବା କଥା କହିଛନ୍ତି | ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ତାହା ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
