ତାରିଖ ୨୪/୦୩/୨୩, ଶୁକ୍ରବାର

୧-ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା।

୨-ବଦଳିଲେ ରାଜ୍ୟ ବିଜେପି ସଭାପତି, ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ନୂଆ ମୁଖିଆ।

୩-ଓଡିଶାର ଆତିଥ୍ୟ ଅତି ଉଚ୍ଚକୋଟିର,ମୋତେ ବହୁତ ଖୁସି ଲାଗିଲା: ନବୀନଙ୍କୁ ଭେଟି ପ୍ରତିକ୍ରିୟା ରଖିଲେ ମମତା।

୪-ମଦ ପିଇ ଗାଡ଼ି ଚଳାଇଲେ ତ୍ରାହି ନାହିଁ , ସିଧା ଜେଲ୍ ଯିବେ ଡ୍ରାଇଭର, ସୂଚନା ଦେଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର।

୫-ରାଜ୍ୟରେ ୨୮ ଯାଏ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।

୬-କଟକ ସ୍ୱତନ୍ତ୍ର ପକସୋ କୋର୍ଟ:ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ପିଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ।

୭-ରାଜ୍ୟରେ ଗତ ତିନି ବର୍ଷ ମଧ୍ୟରେ ବଜ୍ରପାତରେ ୮୮୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୫୨ଜଣ ବ୍ୟକ୍ତି ହୋଇଛନ୍ତି ଆହତ।

୮-ବିଜେପି ମଙ୍ଗ ଧରିବା ପରେ ମନମୋହନଙ୍କ ପ୍ରତିକ୍ରିୟା, କହିଲେ ୨୦୨୪ରେ ଆମେ ଗଢିବୁ ସରକାର।

୯-ବିଧାନସଭାରେ ପୁଣି ଉଠିଲା ମହାନଦୀ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା କହି ଘେରିଲେ ବିରୋଧୀ ।

୧୦-ଭୁବନେଶ୍ୱର:ଇମ୍ରାନ ଅଲ୍ଲୀଙ୍କୁ ପ୍ରଦାନ କରାଗଲା ଶାମ୍ଭବୀ ପୁରସ୍କାର।

୧୧-ବୌଦ୍ଧ:ଡିଲ୍ ବେଳେ ମାଡିବସିଲା STF , ୨ ଶିକାରୀ ଗିରଫ, ବଜ୍ରକାପ୍ତା ଉଦ୍ଧାର।

୧୨-ଭୁବନେଶ୍ୱର:ନିଶା ବେପାରୀଙ୍କ ୮.୬୭କୋଟି ଟଙ୍କାର ସମ୍ପତ୍ତି ବାଜ୍ଯାପ୍ତ।

୧୩-୮୦ କୋଟିର ଦୁର୍ନୀତି ନୁହେଁ; ଅନାଦେୟ ଋଣ: କେନ୍ଦ୍ରାପଡ଼ା ୠଣ ସମବାୟ ସମିତି।

୧୪-ଭୁବନେଶ୍ୱର:ରୁକୁଣା ରଥଯାତ୍ରା ସମନ୍ୱୟ ବୈଠକ, ସାମିଲ ହେଲେନି ୪ନିଯୋଗ ସେବାୟତ।

୧୫-ଡିଜେ ଆଜେକ୍ସଙ୍କ ଡେଥ୍‌ ମିଷ୍ଟ୍ରି ଉପରୁ ହଟୁଛି ପରଦା: ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କ ସହ ୯୭ ସେକେଣ୍ଡ ହୋଇଥିଲେ କଥା।

୧୬-ଜାତୀୟ ଫସଲ ବୀମା ପୋର୍ଟାଲ ଜରିଆରେ ଡିଜିକ୍ଲେମ ବ୍ୟବସ୍ଥାର ହେଲା ଶୁଭାରମ୍ଭ।

୧୭-ପୁଣି ଚିନ୍ତା ବଢାଇଲା କରୋନା :ଦେଶରେ ଦିନକରେ ୧୩୦୦ ସଂକ୍ରମିତ ଚିହ୍ନଟ।୮ଟି ରାଜ୍ୟକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ।

୧୮-ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ୨ ବର୍ଷ ଜେଲ୍‌ ସହ ବେଲ୍‌।

୧୯-ଆଜି ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ, ଏକକ ବିଶ୍ୱ ଯକ୍ଷ୍ମା ସମ୍ମିଳନୀକୁ ସମ୍ବୋଧିତ କରିବେ।

୨୦-ତରଳୁଛି ଗ୍ଲାସିୟର ବରଫ, ଶୁଖିଯିବ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ, ଚିନ୍ତା ବଢ଼ାଇଲା ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଚେତାବନୀ।

Leave a Reply

Your email address will not be published. Required fields are marked *