ଜାଗପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ l
ଚିକିଟି -18/2:-ଜାଗପୁର, ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ପୁଷ୍ପ ମଞ୍ଜରୀ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନନୀୟ ଅତିଥିଭାବେ ବି ଆର ସି ସି ତ୍ରିନ୍ନାଥ ମଳିକ, ନିଗମାନନ୍ଦ ପଣ୍ଡା ସି ଆର ସି ସି ଏ. ଦମୟନ୍ତୀ ପରିଚାଳନା କମିଟି ସଭାପତି ସ୍ମିତା କୁମାରୀ ମହାରଣା, ପି. ମାଧବ ରାଓ କେ.. ପିତାମ୍ବର,କେ. ଦେବାରଜୁ ରେଡଡି, ମୋହନ ସାହୁ ଏମ. ତୁଳସୀ ରାଓ ,ଗ୍ରାମକମିଟିର 2ନାଇଡ଼ୁ ଓ ଅନ୍ୟ କମିଟି ସଦସ୍ୟମାନେ ଯୋଗଦେଇଥିଲେ l ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅତିଥିମାନଙ୍କୁ ବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା l ମୁଖ୍ୟ ଅତିଥି ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଚରିତ୍ର ଗଠନ ସହିତ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ. ତତ୍ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ମନଛୁଆଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଶିକ୍ଷକ ଶିକ୍ଷୟତ୍ରୀ, ପାଚିକା 2 ଜଣ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ.
