ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଉଚ୍ଚସ୍ତରୀୟ ଏକାଡେମିକ ଏବଂ ବୈଜ୍ଞାନିକ ସମ୍ମିଳନୀ ‘ରଶ’ର ଶୁଭାରମ୍ଭ

ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଉଚ୍ଚସ୍ତରୀୟ ଏକାଡେମିକ ଏବଂ ବୈଜ୍ଞାନିକ ସମ୍ମିଳନୀ ‘ରଶ’ର ଶୁଭାରମ୍ଭ l ଭାରତ-ଫ୍ରାନ୍ସ ସହଯୋଗ ଏକାଡେମିକ ସହ ଗବେଷଣା କ୍ଷେତ୍ରରେ ନୂଆ ଉର୍ଜା ଭରିବ – ଧର୍ମେନ୍ଦ୍ର ପ୍ରଧାନଫ୍ରାନ୍ସର ଡିଜିଟାଲ ବ୍ୟାପାର ଏବଂ ଏଆଇ ଆମ୍ବାସେଡର କ୍ଲାରା ଚାପାଜ୍ ପ୍ରମୁଖ ଉପସ୍ଥିତ ଫ୍ରାନ୍ସ ସରକାରଙ୍କ ଏଆଇର ସ୍ୱତନ୍ତ୍ର ପ୍ରତିନିଧି ସୁଶ୍ରୀ ଆନ୍ ବୋଭେରୋଟଙ୍କୁ ମଧ୍ୟ ଭେଟିଲେ ଏଆଇକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଏହାର ସଠିକ୍ ଉପଯୋଗ କରିବାଭାରତ-ଫ୍ରାନ୍ସ ସମ୍ପର୍କ ବିଶ୍ୱର କଲ୍ୟାଣ ଏବଂ ସ୍ଥିରତା ପାଇଁ ଏକ ପ୍ରମୁଖ ଶକ୍ତି ହେବ ବିଶ୍ୱର କଲ୍ୟାଣ ପାଇଁ ଏକ ନିରାପଦ ଏଆଇ ବିକଶିତ କରିବା ଦିଗରେ ଚର୍ଚ୍ଚା ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୧୮ – ଜ୍ଞାନ ହିଁ ଭାରତ ଓ ଫ୍ରାନ୍ସ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ସେତୁ । ‘ରଶ୍’ କାର୍ଯ୍ୟକ୍ରମ ଦ୍ୱାରା ଉଭୟ ଦେଶ ମଧ୍ୟରେ ଏକାଡେମିକ ଏବଂ ଗବେଷଣା କ୍ଷେତ୍ରରେ ନୂତନ ଉର୍ଜା ସୃଷ୍ଟି ହେବ । ବୁଧବାର ଏମ୍ସ, ନୂଆଦିଲ୍ଲୀ ଠାରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଉଚ୍ଚସ୍ତରୀୟ ଏକାଡେମିକ ଏବଂ ବୈଜ୍ଞାନିକ ସମ୍ମିଳନୀ ‘ରଶ’ ର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଫ୍ରାନ୍ସର ଡିଜିଟାଲ ବ୍ୟାପାର ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଆମ୍ବାସେଡର କ୍ଲାରା ଚାପାଜ୍ ମଧ୍ୟ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ଇଣ୍ଡୋ-ଫ୍ରେଞ୍ଚ୍ କର୍ପୋରେସନ ଅର୍ଥାତ୍ ଭାରତ-ଫ୍ରାନ୍ସ ସହଯୋଗର ଭବିଷ୍ୟତ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଭୟ ଦେଶର ବିଶିଷ୍ଟ ଶିକ୍ଷାବିତ୍, ଗବେଷକ ଏବଂ ନବସୃଜନକାରୀମାନଙ୍କୁ ସ୍ୱାଗତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ସର୍ବସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାର ସଠିକ୍ ଉପଯୋଗ କରିବା ପାଇଁ ମିଳିତ ସହଯୋଗର ଆବଶ୍ୟକତା ରହିଛି । ଅତ୍ୟାଧୁନିକ ଗବେଷଣା ଏବଂ ନବସୃଜନ ମାଧ୍ୟମରେ ଦୀର୍ଘକାଳୀନ ସମୃଦ୍ଧି, ସ୍ଥାୟୀ ବିକାଶ ସହ ବିଶ୍ୱ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉଭୟ ଦେଶର ପ୍ରାଥମିକତାରେ ରହିଛି । ଏହି ଉଚ୍ଚସ୍ତରୀୟ ବୈଠକ ଆଗାମୀ ଦିନରେ ଭାରତ-ଫ୍ରାନ୍ସ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାରତ-ଫ୍ରାନ୍ସ ସମ୍ପର୍କ ବିଶ୍ୱର କଲ୍ୟାଣ ଏବଂ ସ୍ଥିରତା ପାଇଁ ଏକ ପ୍ରମୁଖ ଶକ୍ତି ହେବ । ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ‘ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା’ରେ ପରିଣତ କରିବା ଦ୍ୱାରା ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗକୁ ଆଗାମୀ ଦଶନ୍ଧିଗୁଡ଼ିକରେ ବଡ଼ ଗତି ମିଳିବ । ଏହା ଅର୍ଥନୈତିକ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ପାରସ୍ପରିକ ସମୃଦ୍ଧିକୁ ଆଗକୁ ବଢ଼ାଇବା ଏବଂ ଏକ ନିୟମ-ଭିତ୍ତିକ ବିଶ୍ୱ ବ୍ୟବସ୍ଥା ଗଠନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଦୁଇ ଦେଶ ମଧ୍ୟରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଧାତୁ, ସ୍ୱଚ୍ଛ ଶକ୍ତି, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ଦକ୍ଷତା ବିକାଶ ସମେତ ୨୧ଟି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ପାଇଁ ହୋଇଥିବା ‘ଯୁଗ୍ମ ଅଭିପ୍ରାୟ ଘୋଷଣାନାମା’ ସ୍ୱାଗତଯୋଗ୍ୟ । ଏହା ବୈଷୟିକ ସହଯୋଗକୁ ପ୍ରୋତ୍ସାହିତ କରିବ, ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ ଏବଂ ଡିଜିଟାଲ୍, ବୈଷୟିକ ତଥା ଅର୍ଥନୈତିକ ପ୍ରଗତି ପାଇଁ ପଥ ପ୍ରଶସ୍ତ କରିବ । ଏହି ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତା ବର୍ତ୍ତମାନର ସହଯୋଗକୁ ସମୃଦ୍ଧ କରିବା ସହ ଶିକ୍ଷା, ବୈଜ୍ଞାନିକ ଜ୍ଞାନ, ଗବେଷଣା, ନବସୃଜନ, ସାଇବର ସ୍ପେସ୍, ପ୍ରତିରକ୍ଷା, ସ୍ୱାସ୍ଥ୍ୟସେବା, ଏଆଇ, ସୂକ୍ଷ୍ମ ଖଣିଜ ପଦାର୍ଥ, ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟ-ଅପ୍ କ୍ଷେତ୍ରରେ ସହଭାଗିତାର ନୂତନ ଦ୍ୱାର ଫଇଟାଇବ । ଏହି ପଦକ୍ଷେପ ଏକ ସ୍ମାର୍ଟ, ଉଜ୍ଜ୍ୱଳ ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।ଅପରପକ୍ଷରେ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ ଅବସରରେ ଫ୍ରାନ୍ସ ସରକାରଙ୍କ ଏଆଇର ସ୍ୱତନ୍ତ୍ର ପ୍ରତିନିଧି ଆନ୍ ବୋଭେରୋଟଙ୍କୁ ଭେଟି ଖୁସିବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଏଆଇ କ୍ଷେତ୍ରରେ ଭାରତ-ଫ୍ରାନ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୂତ୍ କରିବା ପାଇଁ ଏକ ଫଳପ୍ରଦ ଆଲୋଚନା ହୋଇଛି । ଏଥିସହ ଗବେଷଣା, ନବସୃଜନ, ବିଜ୍ଞାନ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଧିକ ସହଯୋଗ ପାଇଁ ଥିବା ସୁଯୋଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଛି । ମାନବ-କୈନ୍ଦ୍ରିକ, ଦାୟିତ୍ୱବାନ, ମୁକ୍ତ ଏବଂ ସମାବେଶୀ ଏଆଇ ଢାଞ୍ଚା ବିଶ୍ୱର ବିକାଶ ଏବଂ ସମୃଦ୍ଧି ପାଇଁ ମୁଖ୍ୟ ଚାଳକ ସାଜିବ । ବିକାଶ ଏବଂ ବିଶ୍ୱର କଲ୍ୟାଣ ପାଇଁ ଏକ ନିରାପଦ, ସୁରକ୍ଷିତ, ନୈତିକ ଏବଂ ବିଶ୍ୱାସଯୋଗ୍ୟ ଏଆଇ ବିକଶିତ କରିବାକୁ ଭାରତ ଏବଂ ଫ୍ରାନ୍ସ ଉଭୟ ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *