ଉତ୍କଳ ଆଲୁମିନା ତରଫରୁ ରକ୍ତଦାନ ଶିବିର

ଉତ୍କଳ ଆଲୁମିନା ତରଫରୁ ରକ୍ତଦାନ ଶିବିର
. ୧୦୦ ୟୁନିଟ୍ ସଂଗୃହୀତ

କାଶୀପୁର,୧୯/୨: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ନୂଆପଡ଼ା ସ୍ଥିତ ଟାଉନସିପ କ୍ଲବ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତ ଦାନ ମହତ ଦାନ, ଏହି ମହତ ଉଦ୍ଦେଶ୍ୟ ନେଇ ଉତ୍କଳ ଆଲୁମିନା ସିଏସଆର ତରଫରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ୧୦୦ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରକୁ କାରଖାନା ମୁଖ୍ୟ ରବି ନାରାୟଣ ମିଶ୍ର, ଉତ୍କଳ ଆଲମିନା ମହିଳା କ୍ଲବର ସଭାନେତ୍ରୀ ପ୍ରଭାମୟୀ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଓଡିଶା ରକ୍ତ କେନ୍ଦ୍ରର ଡାକ୍ତର ଗୌତମ ପଟ୍ଟନାୟକ,ସରୋଜକାନ୍ତ ଆଚାର୍ଯ୍ୟ, ବି. କିଶୋର କୁମାର,ଉମାକାନ୍ତ ମିଶ୍ର, ଶଙ୍କର ତାଡ଼ିଙ୍ଗି,ବୁର୍ଷା ହିମିରିକା,ଚିନ୍ମୟ ପରିଛା,ଅନନ୍ତ ଭାତ୍ରା ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରରେ ଉତ୍କଳ ଆଲୁମିନା କମ୍ପାନିର ୟୁନିଟ୍ ହେଡ୍‌ ରବି ନାରାୟଣ ମିଶ୍ର, ପ୍ରଭାମୟୀ ମିଶ୍ର , କମ୍ପାନିର ସିଏସଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, ଲୋକ ସମ୍ପର୍କ ତଥା କର୍ପୋରେଟ ଆଫାୟାର ବିଭାଗର ସାଧାରଣ ପରିଚାଳକ ପିତାମ୍ବର ବେହେରା, ପ୍ଲାଣ୍ଟ ସିଏସଆର ମୁଖ୍ୟ ଦିଗନ୍ତ ମହାନ୍ତି,କମ୍ପାନିର ଉପସଭାପତି ଉତ୍ତମ ଗିରି,ସିଏସଆର ବିଭାଗ କର୍ମକର୍ତା ରୂପେନ ପଟନାୟକ, ଉତ୍କଳ ଆଲୁମିନା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ରୋଜେନ୍ଦ୍ର ମଣ୍ଡଳ, ସୁବାସ ଚନ୍ଦ୍ର ନାୟକ,ଲୋକ ସଂପର୍କ ଅଧିକାରୀ କାର୍ତ୍ତିକ ସାହୁ,ଆଶିଷ କୁମାର ସାହୁ, ସତ୍ୟଭାମା ନାୟକ,ମୋହିନୀ ନାୟକ, ସୁଧୀର ନାୟକ,ହେମଲତା ସାଉନ୍ତା,ଗୌରୀ ଶଙ୍କର, ଦେବୀ ପ୍ରିୟା,ସଂଜୀବ, ବାଦଲ ତ୍ରିପାଠି, ,ଅଜୀତ କୁମାର ନାୟକ,ଦେବବ୍ରତ ଗୌଡ,ପି.କୁମାର,ଦୈତାରୀ ସାମନ୍ତରାଏ,ସରିତା ବାଗ,ପ୍ରିତୀମୟୀ ଦୂରୀଆ,ପ୍ରଫୁଲ ମାଝି,ଦୁର୍ଯ୍ୟୋଧନ ମାଝି, ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥି ସହିତ ଭବିଷ୍ୟତରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବନି ବୋଲି ଶପଥ ଗ୍ରହଣ କରିଥିଲେ

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *