ଗୁଟଖା ବିକ୍ରି ଦୋକାନରେ କାକଟପୁର ପୋଲିସର ଚଢ଼ାଉ

କାକଟପୁର : ଓଡ଼ିଶାରେ ଗୁଟଖା ବିକ୍ରି ଉପରେ ସରକାରୀ ନିଷେଧାଜ୍ଞା ଲାଗୁ ହେବା ପରେ ପୋଲିସ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ କାକଟପୁର ପୋଲିସ କାକଟପୁର ବଜାର ଅଞ୍ଚଳରେ ଥିବା ବିଭିନ୍ନ ପାନ ଓ ଚା ଦୋକାନରେ ଚଢ଼ାଉ କରିଛି।ଚଢ଼ାଉ ସମୟରେ ବିପୁଳ ପରିମାଣର ଜର୍ଦ୍ଦା ମିଶ୍ରିତ ଗୁଟଖା ଜବତ୍ କରାଯାଇଛି। ପୋଲିସ ନିଷିଦ୍ଧ ଜର୍ଦ୍ଦା ମିଶ୍ରିତ ତମାକୁ ଖଇନି ବିକ୍ରି କରୁଥିବା ଦୋକାନୀମାନଙ୍କୁ ସଚେତନ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଜାରି କରାଯିବ ବୋଲି ସୂଚନା ମଧ୍ୟ ଦିଆହୋଇଛି ।

Leave a Reply

Your email address will not be published. Required fields are marked *