ରଘୁନାଥପୁର ବ୍ଲକର ୭ଟି ସେଣ୍ଟର ରେ ମାଟ୍ରିକ ପରୀକ୍ଷା ଦେଲେ ୧୧୧୮ଜଣ ଛାତ୍ରଛାତ୍ରୀ।
ରଘୁନାଥପୁର ତା ୧୯/୨’:::ଗଣଶିକ୍ଷା ବିଭାଗ ନିଷ୍ପତି ଅନୁଯାୟୀ ଚଳିବର୍ଷ ଫେବୃଆରୀ ୧୯ତାରିଖ ରେ ମାଟ୍ରିକ ପରୀକ୍ଷା ଆରମ୍ଭହୋଇଛି ମାର୍ଚ୍ଚମାସ ୨ତାରିଖ ରେ ଶେଷହେବ।ଏହି ଅନୁଯାୟୀ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକଶିକ୍ଷାମଣ୍ଡଳ ଅଧିନରେ ବୣନ୍ଦାବନଚନ୍ଦ୍ର ବିଦ୍ୟାମନ୍ଦିର ରେ୧୯୪ ରୁ ୧୯୨,ଭଦ୍ରେଶ୍ୱର ହାଇସ୍କୁଲ ରେ ୧୭୪ ରୁ ୧୭୦,ହରିକୣଷ୍ଣ ବିଦ୍ୟାପିଠରେ୧୩୭,ଜୟଶୋଳ ରେ ୧୦୮ରୁ ୧୦୪,ନାଲିବର ହାଇସ୍କୁଲ ରେ ୧୪୯ରୁ ୧୪୮,ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ରେ ୧୭୧,ତରିକୁନ୍ଦ ହାଇସ୍କୁଲ ରେ ୧୯୮ରୁ ୧୯୬ ଜଣ ଛାତ୍ରଛାତ୍ରୀ ମାଟ୍ରିକପରୀକ୍ଷା ଦେଉଥନ୍ତି।୭ଗୋଟି କେନ୍ଦ୍ରରେ ମୋଟ ୧୧୧୮ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଥିବାବେଳେ ୧୧୩୧ ପରୀକ୍ଷାର୍ଥୀ ଫରମଫିଲପ କରି ସେଥି ମଧ୍ୟରୁ ୧୩ଜଣ ଅନୁଉପସ୍ଥିତ ରହିଥିବା ଅତିରିକ୍ତ ମଣ୍ଡଳ ଅଧିକାରୀ ଆଶୁତୋଷ ବାନାର୍ଜୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ରଘୁନାଥପୁର ପୂର୍ଣ୍ଣ ଚନ୍ଦ୍ର ହାଇସ୍କୁଲ କୁ ନୋଡାଲ ସେଣ୍ଟର କରାଯାଇଥିବାବେଳେ ମାଜିଷ୍ଟ୍ରେଟ ଭାବେ ରଘୁନାଥପୁର ଅତିରିକ୍ତ ତହସିଲଦାର ମନୋଜ କୁମାର ବେହେରା ଦାୟିତ୍ୱ ରେ ରହିଥିବା ଜଣା ଯାଇଛି।ପ୍ରଶାସନ ପକ୍ଷରୁ ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୣତୟନ କରାଯିବା ସହ ଶାନ୍ତିସୣଙ୍ଖଳା ସହ ପରୀକ୍ଷା ପରିଚାଳନା କରାଯାଇଛି।
