ମହମ୍ମଦ ମୋକିମଙ୍କ ନୂତନ ଦଳ ଗଠନ ପରୀକଳ୍ପନାର ଶୁଭାଆରମ୍ଭ l

ଜଗତସିଂହପୁର – ୧୯. ୨- ଜଗତସିଂହପୁର ଜିଲ୍ଲାର ମା ସାରଳାଙ୍କ ମାଟିରୁ ମହମ୍ମଦ ମୋକିମ ତାଙ୍କ ନୂତନ ପରିକଳ୍ପନା ଦଳର ଶୁଭାରମ୍ଭ କରିଛନ୍ତି ମୋକିମ l ଜଗତସିଂହପୁର ଜିଲ୍ଲାର ୪ ଟି ନିର୍ବାଚନ ମଣ୍ଡଳୀ ଓ ଦୁଇଟି ମୁନିସିପାଲିଟି ର ଯୁବ ବର୍ଗଙ୍କୁ ନେଇ ଶୁଭାଆରମ୍ଭ କରି ଥିଲେ ମହମ୍ମଦ ମୋକିମ ଲାଜଗତସିଂହପୁର ଜିଲ୍ଲାର ଛାତ୍ର କଂଗ୍ରେସର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପ୍ରାଧନଙ୍କ ନେତୃତ୍ୱରେ ଜିଲ୍ଲା ସଦର ମହାକୁମାରେ ଆଦିକବି ସାରଳା ଦାସଙ୍କ ସଂସ୍କୃତି ଭଵନ ଠାରେ ” ନୂତନ ଆଶା ଓ ବିଚାରର ସାମନ୍ୱୟ ପାଇଁ ଆୟୋଜିତ ମିଳନ ପର୍ବରେ ସଭାପତିତ୍ୱ କରିଥିଲେ ଜାତୀୟ କଂଗ୍ରେସ ପୁରୁଖା ନେତା,ବା କର୍ମୀ ବଦ୍ରିନାରାୟଣ ମହାନ୍ତି, ମଞ୍ଚାସିନ ନେତୃ ମଣ୍ଡଳୀ ମାନଙ୍କ ମଧ୍ୟରେ କଂଗ୍ରେସ ଦଳର ଅନୁସୂଚିତ ଜାତି ଓ ଜନଜାତି ସେଲର ସଭାପତି ମୁରଲୀ ଭୋଇ, ନିକୁଞ୍ଜ ପଶାୟତ, କୃଷ୍ନା ନନ୍ଦ ସାହୁ, ସରିତ ମହାପାତ୍ର, ତପନ କୁମାର ରାଉତରାୟ, ଆଲୋକ ଦାସ,

ଏସକେ ସରିଫ, ଅନୁପମା ଦାସ, ଧୀରେନ୍ଦ୍ର ବିଶ୍ୱାଳ, ମିହିର ଦାସ, ସତ୍ୟଦୀପ ବିଶ୍ୱାଳ ପ୍ରମ୍ମୁଖ ମଞ୍ଚାସିନ ଥିଲେ, ମୁଖ୍ୟ ଅତିଥି ତଥା ନୂତନ ଦଳର ସୃଷ୍ଟି କର୍ତ୍ତା ମହମ୍ମଦ ମୋକିମ ନିଜର ଅଭିଭାଷଣ ରେ କହିଥିଲେ ଯେ ଓଡ଼ିଶାରେ କଂଗ୍ରେସ ଦଳ ନିଜର ସ୍ଥିତି ହଜାଇ ସାରିଲାଣି, ୨୪ ବର୍ଷ ଶାସନ ଚଳାଇ ଆସିଥିବା ବିଜେଡି ଦଳ ଏଵେ ବିରୋଧଦଳ ଭୂମିକା ନିଭାଇବାକୁ ଅ ସମର୍ଥ, କୋଡିଏ ମାସର ଶାସନରେ ଥିବା ବିଜେପି ଦଳ ଯେଉଁ ଓଡ଼ିଆ ଅସ୍ମିତାର କଥା କହି ଗାଦୀକୁ ଆସିଥିଲା ତାହା ଏଵେ ସାଧାରଣ ଜନତା ବୁଝି ସାରିଲେଣି l ଯୁବଗୋଷ୍ଠୀ ବେକାର, ଚାଷୀ ହତାଶ, ନାରୀନିର୍ଯାତନା ବୃଦ୍ଧିପାଉଛି, ଏଭଳି ଘଡ଼ିସନ୍ଧି ମୃହୁତରେ ଏକ ଆଞ୍ଚଳିକ ଦଳର ଆବଶ୍ୟକତା ରହିଛି ଯାହାକି ଓଡିଶାରୁ ଏ ମୁଖ୍ୟ ସମସ୍ୟା ଦୂର ହୋଇପାରିବ, ଏଭଳି ବିକଳ୍ପ କୁ ଦୃଷ୍ଟିରେ ରଖି ଏ ଆଞ୍ଚଳିକ ଦଳର ଉତ୍ପତି ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତିକୁ ଅନୁଧ୍ୟାନ କଲାପରେ ଦଳ ଆଗକୁ ତାର କାର୍ଯ୍ୟ ପନ୍ଥା ନିର୍ଧାରଣ କରିବ l

Leave a Reply

Your email address will not be published. Required fields are marked *