ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ

ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ହାଓଡ଼ା–ଟିଟଲାଗଡ଼ ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ସମ୍ପ୍ରସାରଣ ଦ୍ବାରା ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣଙ୍କ ପାଇଁ ଯାତ୍ରୀ ସୁବିଧା ବଢ଼ିବା ସହ ଯାତାୟାତ ସୁଗମତା ଓ ଆକ–ସାମାଜିକ ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଜୁନାଗଡ଼ ରୋଡ୍ ଓ ଟିଟଲାଗଡ଼ ମଧ୍ୟରେ ବିସ୍ତାରିତ ନୂଆ ରେଳ ଅଂଶର ଉଦଘାଟନୀ ଟ୍ରେନ୍‌କୁ ଆଜି ଜୁନାଗଡ଼ ରୋଡ୍ ଷ୍ଟେସନରେ ପତାକା ଦେଖାଇ ଶୁଭାରମ୍ଭକରାଯାଇଥିଲା। ଏହି ଅବସରରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଉପସ୍ଥିତ ରହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଉଦଘାଟନୀ ଟ୍ରେନ୍‌ରେ ଯାତ୍ରା କରି ଭବାନୀପାଟଣା ପର୍ଯ୍ୟନ୍ତ ମଧ୍ୟ ଯାଇଥିଲେ। ରେଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏହି ସମ୍ପ୍ରସାରିତ ସେବାର ନିୟମିତ ଚଳାଚଳ ଆଗାମୀ ୨୧ ଫେବୃଆରୀ ୨୦୨୬ ଠାରୁହାଓଡ଼ାରୁ ଯାତ୍ରା ଆରମ୍ଭ କରିବ। ସେହିପରି ଟ୍ରେନ୍ ନମ୍ବର ୧୨୮୭ ୭୨ ଟିଟଲାଗଡ଼– ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ୨୨ ଫେବୃଆରୀ ୨୦୨୬ ୦ ଠାରୁ ଜୁନାଗଡ଼ ରୋଡ୍ ଷ୍ଟେସନରୁ ଚଳାଚଳ କରିବ। ସମ୍ପ୍ରସାରିତ ହାଓଡ଼ା–ଟିଟଲାଗଡ଼–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍ ଟିଟଲାଗଡ଼ ଓ ଜୁନାଗଡ଼ ରୋଡ୍ ମଧ୍ୟରେ କେସିଙ୍ଗା, ଲାଞ୍ଜିଗଡ଼ ରୋଡ୍ ଓ ଭବାନୀପାଟଣା ଷ୍ଟେସନରେ ରହଣି କରିବ। ହାଓଡ଼ା ଓ ଟିଟଲାଗଡ଼ ମଧ୍ୟରେ ପୂର୍ବବତୀ ସମସ୍ତ ରହଣି ଓ ସମୟସାରଣୀ ଅପରିବର୍ତ୍ତିତ ରହିବ। ଏ ଏହି ଟ୍ରେନ୍ ହାଓଡ଼ା ଓ ଟିଟଲାଗଡ଼ ମଧ୍ଯରେ ସୁପରଫାଷ୍ଟ ଏକ୍ସପ୍ରେସ୍ ସ୍ ଭାବରେ ଭା ଏବଂ ଟିଟଲାଗଡ଼ ଓ ଜୁନାଗଡ଼ ରୋଡ୍ ମଧ୍ୟରେ ମେଲ/ଏକ୍ସପ୍ରେସ୍ ସେବା ଭାବରେ କାର୍ଯ୍ୟ କରିବ। ଏହା ପୂର୍ବରୁ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଗରିମା ତିୱାରୀ ଅତିଥ୍‌ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସ୍ଥାନୀୟ ଜନସାଧାରଣ, ରେଳ ଅଧୂକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।

Leave a Reply

Your email address will not be published. Required fields are marked *