ଗ୍ରାମରେ ଭତ୍ତା ପ୍ରଦାନ ପାଇଁ ଦାବୀ

ଗ୍ରାମରେ ଭତ୍ତା ପ୍ରଦାନ ପାଇଁ ଦାବୀ ।ଦାରିଙ୍ଗିବାଡି, ବାର୍ଦ୍ଧକ୍ୟ ଭତ୍ତା ପାଇଁ ୫ କିଲୋମିଟର ଚାଲୁଛନ୍ତି କନ୍ଧମାଳ ଦାରିଙ୍ଗିବାଡି ବ୍ଲକ ପର୍ତ୍ତମ।ହା, ସିର୍ତବର୍ଗ, ଗ୍ରାମ ପଞ୍ଚାୟତ ସହିତ ଅନେକ ଗ୍ରାମ ପଞ୍ଚାୟତର ବୁଢ।ବୁଢ଼ି ବାପା ,ମା ମାନେ । ଏହି ଭଳି ଦୁର୍ଗମ ଅଞ୍ଚଳର ଆଦିବାସୀ ବୃଦ୍ଧ ଲୋକମାନେ ୬୦ ବର୍ଷ ହେଲା ପରେ ଚଲ। ବୁଲା କରିବାରେ ଅସକ୍ଷମ ହେଇଥିବା ବେଳେ ଏହି ସ୍ଥାନରେ ଭତ୍ତା ବଣ୍ଟନ କରୁଥିବା କର୍ମଚାରୀ ନିଜର ସୁବିଧା ମୁତାବକ ପଞ୍ଚାୟତକୁ ଆସି ଭତ୍ତା ନେବା ପାଇଁ କହୁଥିବାରୁ ଦୀର୍ଘ ୫ କିଲୋମିଟର ଯାଇ ଭତ୍ତା ନେବାରେ ଅସୁବିଧା ହେଉଅଛି । ଅନେକ ଗାଁ ର ବୃଦ୍ଧ ବୃଦ୍ଧା ମହିଳା ମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହୁନ ଥିବାରୁ ନିଜ ଭତ୍ତା ମଧ୍ୟ ପଞ୍ଚାୟତ ରୁ ଆଣି ପାରୁନାହାଁନ୍ତି।ତେଣୁ ସେମାନଙ୍କୁ ପଞ୍ଚାୟତରେ ନ ଦେଇ ନିଜ ଗ୍ରାମରେ ଭତ୍ତା ଦେବା ପାଇଁ ଦାବୀ କରୁଛନ୍ତି ଗ୍ରାମବସୀ । ସରକାର ଏହି ନିରୀହ ବୃଦ୍ଧା ମାନଙ୍କୁ ସରକାର ନିଜ ଗ୍ରାମରେ ଭତ୍ତା ଦେବା ବ୍ୟବସ୍ଥା କରି କର୍ମଚାରୀ ନିଯୁକ୍ତି କରିଛନ୍ତି । କୌଣସି ନିଯୁକ୍ତି କର୍ମଚାରୀ ଦୁର୍ବଳ ବୃଦ୍ଧା ମାନଙ୍କ ଘରକୁ ଯାଇ ଭତ୍ତା ଦେବା ପାଇଁ ମଣୁନାହାନ୍ତି । ସେମାନେ ନିଜର ସୁବିଧା ମୁତାବକ ପଞ୍ଚାୟତରେ ଦେଉଛନ୍ତି ବୋଲି ଅନେକ ବୃଦ୍ଧା କହୁଛନ୍ତି । ଯାହରି ଫଳରେ ଅନେକ ବୃଦ୍ଧା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ସବୁ ଘଟଣା କେତେକ ସରପଞ୍ଚ ଙ୍କୁ ପଚାରିବାରୁ ସରପଞ୍ଚ କହିବନୁସ।ରେ କରୋନ ମହାମାରୀ ସମୟରେ ହିଁ ସେମିତି ଘରଘର ବୁଲି ବୃଦ୍ଧାମାନଙ୍କୁ ଭତ୍ତା ଦିଆଯାଉଥିଲା । ଏବେ ଗାଁ ଗାଁ ବୁଲି ଭତ୍ତା ବାଣ୍ଟିବା ରେ ଅସମ୍ଭବ ହେଉଅଛି । ତେଣୁ ନିଜ ପଞ୍ଚାୟତରେ ଭତ୍ତା ବଣ୍ଟ।ଯାଉଅଛି ବୋଲି ସରପଞ୍ଚ ମାନେ କହୁଥିଲେ । କିନ୍ତୁ ବୟସ୍କ ବୃଦ୍ଧା ମାନଙ୍କୁ ନିଜ ଘରେ ଭତ୍ତା ଦେବା ପାଇଁ ଗ୍ରାମବ।ସୀ ଙ୍କ ତରଫରୁ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦାବୀ ଜଣାଉଛନ୍ତି। ଏହି ନିରୀହ ବୃଦ୍ଧା ମାନଙ୍କ ପ୍ରତି ସରକାର ନଜର କରି ଘରେ ଘରେ ଭତ୍ତା ଦେବା ପାଇଁ ସରକାର ନଜର ଦେବା କଥା । ଏହା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଅଛି ।

Leave a Reply

Your email address will not be published. Required fields are marked *