ଶିଶୁ ବିକାଶ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

ପୁରୀ ମଙ୍ଗଳାଘାଟ ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ବିଦ୍ୟାଳୟ ରେ ଚଳିତ ମାସ ତା-18/02/2026ରିଖ ବୁଧବାର ଦିନ ବିଦ୍ୟାଳୟ ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମହନ୍ତ ମହାରାଜ ସୁବଳଚରଣ ଦାସଜୀ (ମାତାମଠ, ଗୌରବିହାର ଆଶ୍ରମ, ପୁରୀ)ଏବଂ ଶ୍ରୀଯୁକ୍ତ ଦିବାକର ପାତ୍ର (ବ୍ଲକ ଚେୟାରମ୍ୟାନ, ପୁରୀ ସଦର), ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ହରେକୃଷ୍ଣ ଖଟେଇ (ସଭାପତି, ପୁରୀ)ଏବଂ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ରାଉତରାୟ, ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ରାଉତରାୟ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟ ର ସମ୍ପାଦକ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ମଞ୍ଚ ଉପରେ ଉତ୍ତରି ଏବଂ ଫୁଲତୋଡ଼ା ଦ୍ୱାରା ସମ୍ମାନିତ କରିଥିଲେ l

ଏହାପରେ ଅତିଥିମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏଥିସହିତ କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କାର୍ଯ୍ୟ ଆରମ୍ଭ କରାଗଲା l ସମସ୍ତ ଅଭିଭାବକ ଏବଂ ଅତିଥିମାନେ ପିଲାମାନଙ୍କର ନୃତ୍ୟ ପରିବେଷଣ ଓ ପୁରସ୍କାର ବିତରଣ ସମୟରେ କରତାଳି ଦେଇ ଉତ୍ସାହିତ କରିଥିଲେ l ଶେଷରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟା ଓ ସମ୍ପାଦକ ଙ୍କ ଦ୍ୱାରା ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ନୃତ୍ୟଗୁରୁ ଏବଂ ନୃତ୍ୟ ଗୁରୁମାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଗଲା ଏବଂ ବାର୍ଷିକ ଉତ୍ସବ କୁ ସମାପନ କରାଗଲା l

Leave a Reply

Your email address will not be published. Required fields are marked *