ପରିବାର ଲୋକଙ୍କ ଜିଦ ଆଗରେ ଜିଲ୍ଲାପାଳ ଉପାୟଶୂନ୍ୟ ହୋଇ ଫେରିଗଲେ

ପରିବାର ଲୋକଙ୍କ ଜିଦ ଆଗରେ ଜିଲ୍ଲାପାଳ ଉପାୟଶୂନ୍ୟ ହୋଇ ଫେରିଗଲେ।

ଗଣିଆ – ଗଣିଆ ବ୍ଳକ ବେଲପଡାପାଟଣା ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ଭୋଳାନାଥ ମଳିକ ଗତ ୩ ତାରିଖରେ ଝାଡା ଯିବାକୁ କହି ବିଦ୍ୟାଳୟରୁ ଆସିଥିବା ବେଳେ ଆଉ ଫେରି ନଥିଲେ । ୪ ତାରିଖ ଦିନ ଏକ ଖୋଲା କୂଅରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ତେବେ ସେହିଦିନଠାରୁ ପରିବାର ଲୋକେ ପୁଅକୁ ନ୍ୟାୟ ଦାବିରେ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ । ଶୁକ୍ରବାର ନୟାଗଡ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ତହସିଲଦାର ଐଶ୍ୱର୍ଯ୍ୟା ପୃଷେଠ୍, ବିଡ଼ିଓ ଲବଣ୍ୟେନ୍ଦୁ ମହାନ୍ତି, ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ବ୍ଳକ ଶିକ୍ଷା ଅଧିକାରୀ ଲିପ୍ସା ନନ୍ଦ ପ୍ରମୁଖ ବିଦ୍ୟାଳୟ ଠାରେ ପହଞ୍ଚି ଥିଲେ । ସେଠାରେ ପରିବାର ଲୋକଙ୍କ ସହିତ ଜିଲ୍ଲାପାଳ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏପରିକି ତଦନ୍ତ ଚାଲିଥିବା ବେଳେ ମୃତ ଛାତ୍ରଙ୍କୁ ଖୁବଶିଘ୍ର ନ୍ୟାୟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିବା ସହିତ ବିଦ୍ୟାଳୟ ଖୋଲିବାକୁ ଅନୁରୋଧ କରିଥିଲେ ‌ । କିନ୍ତୁ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବୁ ନାହିଁ ବୋଲି ପରିବାର ଲୋକେ ଜଣାଇଥିଲେ । ପରିବାର ଲୋକେ ନିଜ ଜିଦରେ ଅଟଳ ରହିବାରୁ ଜିଲ୍ଲାପାଳ ଉପାୟଶୂନ୍ୟ ହୋଇ ଫେରି ଆସିଥିଲେ । ସୂଚନା ଯୋଗ୍ୟ ଯେ ଭୋଳାନାଥକୁ ନ୍ୟାୟ ଦାବିରେ ଭିମ ଆର୍ମି ସଂଗଠନ ତରଫରୁ ଆସନ୍ତା ଫେବୃୟାରୀ ୨୩ ତାରିଖ ନୟାଗଡ ଜିଲ୍ଲା ବନ୍ଦ ଡ଼ାକରା ଦିଆଯାଇଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *