କୋଟସରେ କୋରାପୁଟ୍ ଲୋକ ଉତ୍ସବ ପାଳନ

ତା.୨୦.୦୨.୨୦୨୬Axis Bank Foundation ର ସହାୟତାରେ ବିଶ୍ଳେଷଣାତ୍ମକ ଆଦିବାସୀ ଗବେଷଣା ପରିଷଦ (କୋଟସ୍) ଏବଂ କୋଲକାତାସ୍ଥିତ ସାମାଜିକ ସଂସ୍ଥା କଣ୍ଟାକ୍ଟ ବେସର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା “ରୁଟସ୍ ଟୁ ପ୍ରସ୍ପେରିଟି” ପ୍ରକଳ୍ପ ଆନୁକୂଲ୍ୟରେ କୋଟସ୍ ପରିସରରେ ତିନି ଦିନିଆ ଲୋକ ଉତ୍ସବ ପାଳନର (ତା ୨୦.୦୨.୨୦୨୬ ରୁ ୨୨.୦୨.୨୦୨୬ ଉଦଘାଟନୀ କାର୍ଯ୍ୟକ୍ରମ ଆଜି କୋଟସ୍ ପରିସରରେ ଆୟୋଜିତ ହୋଇଯାଇଛି । କୋଟସର ନିର୍ଦ୍ଦେଶକ. ଡଃ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଶ୍ରୀମତୀ ଅନନ୍ୟା ଭଟ୍ଟାଚାର୍ଯ୍ୟ, ନିର୍ଦ୍ଦେଶିକା, କଣ୍ଟାକ୍ଟ ବେସ୍, କୋଲକାତା, ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପଦ୍ମଶୀ ଉପାଧିପ୍ରାପ୍ତ କୋଟପାଡର ବୁଣାକାର ଶ୍ରୀ ଗୋବର୍ଦ୍ଧନ ପାନିକା ସମ୍ମାନୀତ ଅତିଥି ଭେବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କୋରାପୁଟ ଜିଲ୍ଲାର ଐତିହ୍ୟ, ପରମ୍ପରା ଏବଂ ଆଦିବାସୀ ସଂସ୍କୃତିର ବୈଶିଷ୍ଟ୍ୟ ଏବଂ ସେମାନଙ୍କ ଲୋକନୃତ୍ୟ, ଲୋକ ଗୀତ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ କାରୁକାର୍ଯ୍ୟ ଗୁଡିକ ଉପରେ ଆଲୋକପାତ କରିବା ସହ ଆଦିବାସୀ ସଂପ୍ରଦାୟର ମହାନତା ଓ ସଂସ୍କୃତିକୁ ବିଶ୍ୱସ୍ତରରେ ପ୍ରଚାର ଓ ପ୍ରସାର କରିବା ନିମନ୍ତେ ଆୟୋଜକ ମାନଙ୍କୁ ନିବେଦନ କରିଥିଲେ ।କଣ୍ଟାକ୍ଟ ବେସର ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଭଟ୍ଟାଚାର୍ଯ୍ୟ ଏହି କୋରାପୁଟ୍ ଲୋକ ଉତ୍ସବର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକ ପାତ କରିଥିଲେ ।

ଏହି ଲୋକ ଉତ୍ସବରେ କୋଟପାଡ, କୁନ୍ଦ୍ରା, ଲମତାପୁଟ, ଲକ୍ଷ୍ମୀପୁର, ପଟ୍ଟାଙ୍ଗୀ ଓ ବୈପାରିଗୁଡାର ହସ୍ତଶିଳ୍ପୀ କାରିଗର ଓ ଆଦିବାସୀ ନୃତ୍ୟ ଦଳ ଯୋଗ ଦେଇଥିଲେ । ଏହି ଲୋକ ଉତ୍ସବଟି ତିନି ଦିନ ଧରି କୋଟସରେ ପ୍ରଦର୍ଶିତ ହେବ । ଉଦଘାଟନୀ ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଦିବାସୀ ସଂସ୍କୃତି ଉପରେ ଡ. ରାଜେନ୍ଦ୍ର ପାଢୀ, ପ୍ରଫେସର ମାଗୁଣି ଚରଣ ବେହେରା ଏବଂ ଡ. ପରେଶ ରଥ ଆଲୋଚନା କରିଥିଲେ ।ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, କୋରାପୁଟର ସମାବେଶୀ ସାଂସ୍କୃତିକ ବିକାଶ ପାଇଁ ଭିତ୍ତି ସୃଷ୍ଟି କରିବ, ଜୀବିକାରେ ସୁଯୋଗ ବଢାଇବା ସହ ଏହି ଐତିହ୍ୟ ସମୃଦ୍ଧ ଅଞ୍ଚଳକୁ ଏକ ସ୍ଥାୟୀ ଓ ନୈତିକ ପର୍ଯ୍ୟଟନ ବିକାଶରେ ସହାୟତା ପ୍ରଦାନ କରିବ । ଆଜିର ଏହି ଉଦଘାଟନୀ ଳୋକ ଉତ୍ସବରେ କୋରାପୁଟର ବହୁ ମାନ୍ୟଗଣ ବ୍ୟକ୍ତି, ସ୍ଥାନୀୟ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ବହୁସଂଖ୍ୟାରେ ଯୋଗ ଦେଇଥିଲେ । ତତ୍ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଧାନ ଫାଉଣ୍ଡେସନ, ଶୋଭା, ଏଫ.ଇ.ଏସ୍, ପ୍ରଗତୀ, ଏକତା ଇତ୍ୟାଦିର କାର୍ଯ୍ୟକର୍ତ୍ତା, ଗବେଷକ ଓ ମାନ୍ୟଗଣ ବ୍ୟକ୍ତି ମଧ୍ୟରେ ଡ. ଜଗବନ୍ଧୁ ସାମଲ, ଡ. ପ୍ରଦୀପ କୁମାର ବେହେରା, ସେନ୍ତୋଷ କୁମାର ପଣ୍ଡା, ଡ. ଅଶୋକ କୁମାର ନନ୍ଦ, ଡ. ନରେନ୍ଦ୍ର କୁମାର ରଥ, ଡ. ସାବିତ୍ରୀ ମାଝି, ବାଞ୍ଛାନିଧୀ ଚୌଧୁରୀ, ଦୀପକ କୁମାର କାଣ୍ଡି, ଗୋପୀନାଥ ପ୍ରଧାନ, ବଳରାମ ନାୟକ, ରୁବେନ ମାଳୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ । ସଭା ଶେଷରେ କଣ୍ଟାକ୍ଟ ବେସର ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ଭଟ୍ଟାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *