ଜଗା ପ୍ରେମରେ ବିଭୋର ବିଦେଶୀନି

ଜଗା ପ୍ରେମରେ ବିଭୋର ବିଦେଶୀନି। ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ଉପରେ କଟକଣା ଥିବାବେଳେ ପତିତପାବନଙ୍କୁ ଅତି ନିକଟରୁ ଦର୍ଶନ କରି ଭାବବିହୋଳ ହୋଇପଡିଛନ୍ତି ଦୁଇଜଣ ବିଦେଶୀ ଶ୍ରଦ୍ଧାଳୁ। ସିଂହଦ୍ଵାର ବ୍ୟାରିକେଡ୍ ବାହାରେ ରହି ଶ୍ରୀମନ୍ଦିର ନୀଳଚକ୍ର ଓ ପତିତପାବନଙ୍କୁ ଦର୍ଶନ କରୁଥିବା ସମୟରେ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିଥିଲେ ଦୁଇଜଣ ମହିଳା ବିଦେଶୀ ଭକ୍ତ । ବାରମ୍ବାର ସୁରକ୍ଷାକର୍ମୀଙ୍କୁ ଅନୁରୋଧ କରିବା ପରେ ସେମାନଙ୍କ ଅନୁରୋଧ ଓ ସେମାନଙ୍କ ଭକ୍ତିଭାବ ଦେଖି ଶ୍ରୀମନ୍ଦିର ଅରୁଣସ୍ତମ୍ବ ନିକଟକୁ ଯାଇ ପତିତପାବନଙ୍କୁ ଦର୍ଶନ କରିବାକୁ ଅନୁମତି ଦେଇଥିଲେ। ତେଣୁ ଅରୁଣସ୍ତମ୍ବ ପାଖକୁ ଯାଇ ପତିତପାବନଙ୍କୁ ସ୍ପଷ୍ଟ ଦର୍ଶନ କରି ଭାବବିହୋଳ ହୋଇ କାନ୍ଦି ପକାଇଥିଲେ ଦୁଇଜଣ ବିଦେଶୀନି। ଏହି ଦୃଶ୍ୟ ସିଂହଦ୍ଵାର ସମ୍ମୁଖରେ ଭାବବିହୋଳ ପରିବେଶ ସୃଷ୍ଟି କରିଥିଲା। ପ୍ରତ୍ୟାବର୍ତ୍ତନ ସମୟରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହୋଇଥିବା ନଡିଆକୁ ପ୍ରସାଦ ରୂପରେ ପାଇ ସେମାନେ ଅତ୍ୟନ୍ତ ଖୁସି ପ୍ରକଟ କରିବା ସହ ସିଂହଦ୍ଵାର ସମ୍ମୁଖରେ ଲମ୍ବ ହୋଇ ମହାପ୍ରଭୁଙ୍କୁ ନିଜର ଭକ୍ତି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *