ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣା ରେ ମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଭିଜୁଆଲ୍ ଭାଇରାଲ୍ ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ରବି ପ୍ରଭୁ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଭିଜୁଆଲ୍ ଅପଲୋଡ଼ କରିଛନ୍ତି। 24 ସେକେଣ୍ଡର ଏହି ଭିଜୁଆଲ୍ ରେ ସେ ଵ୍ୟକ୍ତି ଜଣକ ଡ୍ରୋନ୍ ଧରି ହାତରେ ଦେଖାଇବାର ଦୃଶ୍ୟ ରହିଛି। ଯାହାକି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। କିନ୍ତୁ ଏହି ଡ୍ରୋନ୍ ଭିଡିଓଟି ଶ୍ରୀମନ୍ଦିର ଉପରେ କେଵେ ଉଡିଥିଲା ତାହା ସ୍ପଷ୍ଟ ହୋଇନାହିଁ। ସରକାର ଖୁବଶୀଘ୍ର ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରି କଡା ଦଣ୍ଡବିଧାନର ପ୍ରାବଧାନ କଲେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଏବଂ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନବା ବନ୍ଦ ହୋଇପାରିବ ବା ଏଥିରେ ରୋକ୍ ଲାଗିପାରିବ |
