ବୈରୀରେ ଅନୁଷ୍ଠିତ ବିଶାଳ ହିନ୍ଦୁ ସମ୍ମିଳନୀ କୁ ବନ୍ଦ କଲା ବୈରୀ ପୋଲିସ୍।
ବୈରୀରେ ଅନୁଷ୍ଠିତ ବିଶାଳ ହିନ୍ଦୁ ସମ୍ମିଳନୀ କୁ ବନ୍ଦ କଲା ବୈରୀ ପୋଲିସ୍।(କାହା ଚାପରେ ବନ୍ଦ ହେଲା ସମ୍ମିଳନୀ ସାଧାରଣରେ ପ୍ରଶ୍ନବାଚୀ!)ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୈରୀ ଓ ଅମୀୟଝରି ମଧ୍ୟସ୍ଥ ମା ତାରିଣୀ ମନ୍ଦିର ପରିସରରେ ସମଗ୍ର ହିନ୍ଦୁ ସମାଜ ବୈରୀ ମଣ୍ଡଳ ତରଫରୁ ଆୟୋଜନରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବୈରୀ ଓ ପାଶ୍ୱବର୍ତ୍ତୀ ଅଞ୍ଚଳର ଅନେକ ଭକ୍ତ ଓ ସମାଜସେବୀମାନେ ଯୋଗଦେଇଥିଲେ।ସମ୍ମିଳନୀର ପ୍ରଥମ କାର୍ଯକ୍ରମ ଆରମ୍ଭରେ ଧାର୍ମିକ ଏକତା, ସାମାଜିକ ସମନ୍ୱୟ ଓ ସଂସ୍କୃତିର ସୁରକ୍ଷା ନେଇ ବିଭିନ୍ନ ସାଧୁସନ୍ଥ ମାନେ ଆଲୋଚନା କରୁଥିବା ବେଳେ ହଠାତ୍ ବୈରୀ ପୋଲିସ ପହଞ୍ଚି ଉକ୍ତ ସମ୍ମିଳନୀକୁ ସମ୍ପୁର୍ଣ୍ଣ ବନ୍ଦ କରିଥିଲେ। ବୈରୀ ମଣ୍ଡଳର ସଦସ୍ୟ ମାନେ ବନ୍ଦ କରିବାର କାରଣ ପଚାରିବାରୁ ବୈରୀ ଥାନା ପୋଲିସ ଠାରୁ ପ୍ରକାଶ କି ସଭା କାର୍ଯ୍ୟ କରିବାକୁ ସଙ୍ଘ ପକ୍ଷରୁ କିଛି ପ୍ରଶାସନିକ ଅନୁମତି ନାହିଁ, ୪ଜଣରୁ ଅଧିକ ଲୋକ ବୈଠକ ପାଈଁ ଅନୁମତି ଆବଶ୍ୟକ, ମାତ୍ର ଆପଣଙ୍କ ଏତେ ସଂଖ୍ୟାରେ ଉପସ୍ଥିତ ପାଈଁ ଅନୁମତି ନାହିଁ, ଏଣୁ ଆପଣମାନେ ସଭା କାର୍ଯ୍ୟ କରିପାରିବେନାହିଁ। ସଂଘର କାର୍ଯ୍ୟକର୍ତ୍ତା ମାନେ ବହୁ ଅନୁରୋଧ ପରେ ବି ପ୍ରଶାସନ ରାଜି ହୋଇନଥିଲେ।ପୋଲିସ ବିରୋଧ ପରେ ସଙ୍ଘ କର୍ମୀ ଓ ସାଧୁମାନେ ମଞ୍ଚ ଉପରକୁ ନଯାଇ କାର୍ଯ୍ୟକ୍ରମ କୁ ବନ୍ଦ ରଖି ଥିଲେ। ପୋଲିସ କହିଛି ଆମ ଉପରେ ଓପରୁ ଚାପ ପଡିଲା ଓ ସଙ୍ଘ ପକ୍ଷରୁ ଏଥିପ୍ରତି ଆମ୍ବମାନଙ୍କର ଦୃଷ୍ଟି ନାହିଁ ବୋଲି କହିଥିଲେ। ମାତ୍ର ସଭା କାର୍ଯ୍ୟ ବନ୍ଦ ରହିଲା କିନ୍ତୁ ସମସ୍ତଙ୍କ ପାଈଁ ହୋଇଥିବା ରୋଷେଇ ଖାଦ୍ୟ କୁ ସମସ୍ତେ ଖାଇ ମନ କଷ୍ଟ ରେ ଫେରିଥିଲେ। ଏହି ଘଟଣା ଆଜି ପାଖ ଅଞ୍ଚଳରେ ଏକ ମୁଖ୍ୟ ଆଲୋଚନା ର ବିଷୟ ପାଲଟିଛି ଓ ଅଞ୍ଚଳବାସୀ ମଧ୍ୟ ସ୍ଥାନୀୟ ପୋଲିସକୁ ଦୃଢ଼ ନିନ୍ଦା କରିଛନ୍ତି।
