ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପକ୍ଷ ପାଳନ

ପୁରୀ:୨୩/୨: ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପକ୍ଷ ପାଳନ ଅବସରରେ ସ୍ଥାନୀୟ ହେରାଗୋହିରୀ ସାହି ଆଚାର୍ଯ୍ୟ ହରିହର ବିଦ୍ୟାନିକେତନ ଏବଂ ଆଚାର୍ଯ୍ୟ ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏକ ‘ଭଲ ମଣିଷ ହୁଅ’ ଶୀର୍ଷକ ଆଲୋଚନାଚକ୍ର ସହିତ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ସଭାପତି ଚକ୍ରଧର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ପ୍ରଫେସର ସୈାଭାଗ୍ୟ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆଚାର୍ଯ୍ୟ ହରିହରଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଅନାମ ଚନ୍ଦ୍ର ସାହୁ ମଂଚାସୀନ ହୋଇଥିଲେ। କବିତା ପାଠୋତ୍ସବ ସଂଯୋଜନା କରିଥିଲେ ଶିବ ସୁନ୍ଦର ମିଶ୍ର। ଦୟାନିଧି ତ୍ରିପାଠୀ, ଡାକ୍ତର ପ୍ରମିଲ କୁମାର ନନ୍ଦ, ଯୋଗେନ୍ଦ୍ରନାଥ ସାହୁ, ସ୍ୱାତୀ ସ୍ୱାଗତିକା ଦାଶ, ପୁଲକ ମିଶ୍ର, ପ୍ରତିମା ଦାଶ, ପ୍ରତିମା ସୁଆର, ସହଦେବ ସାହୁ, ଜିତୁ ଭୋଇ, ଆର୍ଯ୍ୟମାନ କର, ମୀରା ମହାନ୍ତି, ଯୋଗେଶ୍ୱର ପ୍ରହରାଜ, ତ୍ରିନାଥ ଦାଶ, ଚାରୁଲତା ମିଶ୍ର, ଅନୀତା ମଣ୍ଡଳ, ବିନୋଦିନୀ ଦେଈ, ସଂଯୁକ୍ତା ତ୍ରିପାଠୀ, ଚିନ୍ମୟୀ ଗଜେନ୍ଦ୍ର, ଉମାକାନ୍ତ ମହାପାତ୍ର, ରୋଜାଲିନ ପଣ୍ଡା, ବିପିନ ବିହାରୀ ଦଳାଇ, କନକଲତା ଦାସ, ବିଭୂତି ଭୂଷଣ ବାରିକ, ଦୁର୍ଗାରାଣୀ ଜେନା, ଅନନ୍ୟା ପ୍ରିୟଦର୍ଶିନୀ ଦାଶ, ସତ୍ୟଭାମା ନାୟକ, ଯୋଗେଶ୍ଵର ନାୟକ, ଗଣେଶ୍ୱର ପ୍ରହରାଜ ପ୍ରମୁଖ ଯୋଗଦେଇ ସ୍ବରଚିତ କବିତାମାନ ପାଠ କରିଥିଲେ। ଶେଷରେ ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *