ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ “ସମର୍ପଣ’

ଭୁବନେଶ୍ୱର ମ୍ୟୁଜିକ ସର୍କଲ ପକ୍ଷରୁ “ସମର୍ପଣ’”ରେ ଜାତୀୟ ସ୍ତରର ଶିଳ୍ପୀମାନଙ୍କ ଅଂଶଗ୍ରହଣ ଘନଶ୍ୟାମ ପଣ୍ଡାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ

ଭୁବନେଶ୍ବର : ଓଡିଶାର ସର୍ବପୁରାତନ ସାଂସ୍କୃତିକ ସଂଗଠନ ମଧ୍ୟରୁ ଅନ୍ୟତମ, ଭୁବନେଶ୍ଵର ମ୍ୟୁଜିକ ସର୍କଲ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା ତିନିଦିନିଆ ଉତ୍ସବ “ସମର୍ପଣ” ଚଳିତ ବର୍ଷ ଫେବୃୟାରୀ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବ। ଦୀର୍ଘ ଦିନ ଧରି ଏହି ସଂଗଠନ ଦେଶର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଶାସ୍ତ୍ରୀୟ, ସୁଫି ଏବଂ ଭକ୍ତିମୟ ସଂଗୀତ ଶିଳ୍ପୀମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ସଂଗୀତ ପ୍ରେମୀମାନଙ୍କୁ ଉଚ୍ଚମାନର ସାଙ୍ଗୀତିକ ଅନୁଭବ ଦେଇଆସୁଛି।
ଉତ୍ସବର ପ୍ରଥମ ଦିବସ, ୨୫ ଫେବୃୟାରୀରେ କୋଲକାତାର ବିଦୂଷୀ କୋଏଲ ଭଟ୍ଟାଚାର୍ଯ୍ୟଙ୍କ ସୁଫି ଓ ଭକ୍ତିମୟ ସଂଗୀତର ଉପସ୍ଥାପନା ରହିଛି। ଏହା ପରେ ହାଇଦ୍ରାବାଦର ଜନାବ ଅତୀକ ହୁସେନ୍ ଖାନ୍ ବନ୍ଦାନୱାଜୀ ଏବଂ ତାଙ୍କ ଦଳଙ୍କ ଦ୍ବାରା ସୁଫି କଓ୍ବାଲୀ ପରିବେଷଣ ହେବ।
ଏହି ଅବସରରେ ପ୍ରସିଦ୍ଧ କଳାକାର ଘନଶ୍ୟାମ ପଣ୍ଡାଙ୍କୁ “ଇନ୍ଦିରା ଟେକ୍ସଟାଇଲ୍ସ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡ” ପ୍ରଦାନ କରାଯିବ। ସର୍ଦ୍ଦାର ମନଜୀତ ସିଂଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଏହି ପୁରସ୍କାରରେ ୬୦୦୦୦ଟଙ୍କାର ନଗଦ ରାଶି ଓ ମାନପତ୍ର ରହିଛି। ଦ୍ଵିତୀୟ ଦିବସ, ୨୬ ଫେବୃୟାରୀରେ କଟକର ବିଦୂଷୀ ରାକ୍ଷୀ ସେନ୍, ବିଶ୍ଵଗୁରୁ ରବୀନ୍ଦ୍ରନାଥ ଠାକୁର, ଗୁରୁ ଅତୁଲ ପ୍ରସାଦ ଓ କାଜୀ ନଜରୁଲ ଇସଲାମଙ୍କ ରଚନା ଆଧାରିତ ସଙ୍ଗୀତ ପ୍ରସ୍ତୁତ କରିବେ। ପରେ, ହାଇଦ୍ରାବାଦର ବିଦୂଷୀ ସ୍ମିତା ବେଲୁରଙ୍କ ନିର୍ଗୁଣ ଭଜନ ପ୍ରଦର୍ଶନ ହେବ।
ଉତ୍ସବର ତୃତୀୟ ଏବଂ ଶେଷ ଦିବସ, ୨୭ ଫେବୃୟାରୀ ଭୁବନେଶ୍ଵରର ଡଃ. ପ୍ରିୟା କାନୁନ୍‌ଗୋଙ୍କ ଦ୍ୱାରା ମୀରା ଭଜନ ପରିବେଷଣ ସହ ଆରମ୍ଭ ହେବ । ଉତ୍ସବ। ଉତ୍ସବର ଅନ୍ତିମ ଏବଂ ବିଶେଷ ପ୍ରସ୍ତୁତି ହେଉଛି “ଚାର୍ ୟାର୍” ଯେଉଁଥ୍ରେ ଭିନ୍ନ ଭିନ୍ନ ଧର୍ମରୁ ଆସିଥିବା ବନ୍ଧୁମାନେ ସାମ୍ପ୍ରଦାୟିକ ପ୍ରେମ ଓ ଭାତୃତ୍ବ ତୃତ୍ୱର ସଂଗୀତ କାର୍ଯ୍ୟକ୍ରମ ଉପସ୍ଥାପନା କରିବେ।
ଚଳିତ ବର୍ଷ ଏହି ଉତ୍ସବଟି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଏବଂ ଇଣ୍ଡଷ୍ଟ୍ରିଆଲ‌୍ ହାଉସ୍ ଏସ୍ଏନ୍‌ଏମ୍ ର ଆୟୋଜିତ ହୋଇଛି। ମିଳିତ ସହ‌ଯୋଗରେ
ସମସ୍ତ ସଂଗୀତ ପ୍ରେମୀମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରିତ କରାଯାଉଛି। ଏହି ଉତ୍ସବକୁ ନିଶୁଳ୍କ ପ୍ରବେଶ ରହିଛି।

Leave a Reply

Your email address will not be published. Required fields are marked *