ଶିଶୁ ବିକାଶ ବିଦ୍ୟା ମନ୍ଦିର ବିଦ୍ୟାଳୟର ବାର୍ଷିକ ଉତ୍ସବ
ପୁରୀ ଲୋକନାଥ ରୋଡ ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ବିଦ୍ୟାଳୟ ରେ ଚଳିତ ମାସ ତା-23/02/2026ରିଖ ସୋମବାର ଦିନ ବିଦ୍ୟାଳୟ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା(ଲୋକନାଥ ମନ୍ଦିର ସଭାପତି) ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା( ଲୋକନାଥ ମନ୍ଦିର ବରିଷ୍ଠ ସଭ୍ୟ,),ଶ୍ରୀଯୁକ୍ତ ଉମାଶଙ୍କର ମହାପାତ୍ର(ଲୋକନାଥ ମନ୍ଦିର ସେବାୟତ ସଂଘ ଯୁଗ୍ମ ସମ୍ପାଦକ) ,ଶ୍ରୀଯୁକ୍ତ ଅପଛ କୁମାର ପରିଡ଼ା(ଲୋକନାଥ ମନ୍ଦିର ଟ୍ରଷ୍ଟ ମ୍ୟାନେଜର),ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା(ସମ୍ପାଦକ ,ଲୋକନାଥ ମନ୍ଦିର ସେବାୟତ ସଂଘ), ଶ୍ରୀଯୁକ୍ତ ହରେକୃଷ୍ଣ ଖଟେଇ (ସଭାପତି, ପୁରୀ)ଏବଂ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ରାଉତରାୟ, ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ରାଉତରାୟ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ l

ବିଦ୍ୟାଳୟ ର ସମ୍ପାଦକ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ମଞ୍ଚ ଉପରେ ଉତ୍ତରି ଏବଂ ଫୁଲତୋଡ଼ା ଦ୍ୱାରା ସମ୍ମାନିତ କରିଥିଲେ l ଏହାପରେ ଅତିଥିମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏଥିସହିତ କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କାର୍ଯ୍ୟ ଆରମ୍ଭ କରାଗଲା l ସମସ୍ତ ଅଭିଭାବକ ଏବଂ ଅତିଥିମାନେ ପିଲାମାନଙ୍କର ନୃତ୍ୟ ପରିବେଷଣ ଓ ପୁରସ୍କାର ବିତରଣ ସମୟରେ କରତାଳି ଦେଇ ଉତ୍ସାହିତ କରିଥିଲେ l ଶେଷରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟା ଓ ସମ୍ପାଦକ ଙ୍କ ଦ୍ୱାରା ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ନୃତ୍ୟଗୁରୁ ଏବଂ ନୃତ୍ୟ ଗୁରୁମାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଗଲା ଏବଂ ବାର୍ଷିକ ଉତ୍ସବ କୁ ସମାପନ କରାଗଲା l”
