ଟାଉନ ହଲ ଠାରେ ଓଡିଶୀ ଆସର ଅନୁଷ୍ଠିତ।ବାଦ୍ୟ ଓ ସଂଗୀତରେ ବିମୁଗ୍ଧ ହେଲେ ଦର୍ଶକ।
ପୁରୀ ୨୬/୨ ଓଡିଶୀ ଆମ ସଂସ୍କୃତି ର ଏକ ବଡ ପରିଚୟ।ତାହା ବର୍ଷ ପରେ ବର୍ଷ ଆମ ମହାନ ସଂସ୍କୃତି ଓ ସାଂସ୍କୃତିକ ଭାବଧାରାକୁ ମହନୀୟ କରି ଚାଲିଛି ବୋଲି କହିଛନ୍ତିବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ।ଆଜି ସଂଧ୍ୟାରେ ପୁରୀ ଟାଉନ ହଲ ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ଆସରର ଆୟୋଜିତ ହୋଇଥିଲା। ଏହାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଉଦଘାଟନ କରିବା ସହ କଳା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ନିଜ ସଂଗୀତ ଗୁରୁ ଶ୍ୟାମ ସୁନ୍ଦର ସିଂହାରୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୁରୁ ଙ୍କ ଲାଗି ତାଙ୍କର ପରିଚୟ ମିଳିଛି ବୋଲି କହିଥିଲେ।ସଂସ୍କୃତି ବିଭାଗ ରାଜ୍ୟ ସାରା ଓଡିଶୀ ଆସର ବା ଓଡିଶୀ ସଂଗୀତର ପରିବେଷଣ ବ୍ୟବସ୍ଥା ର ଉଦ୍ୟମ ପାଇଁ ଧନ୍ୟବାଦ ଦେଇଥିଲେ।।ଏହା ଫଳରେ ଓଡିଶୀ ସଂଗୀତ କୁ ଶାସ୍ତ୍ରୀୟ ମାନ୍ୟତା ସହଜ ହୋଇ ପାରିବ।ଆଗାମୀ ପିଢି ପାଇଁ ଏହା ଏକ ବଡ ଉପଲବ୍ଧି ହୋଇ ପାରିବ ବୋଲି ସେ କହିଥିଲେ।ମୁଖ୍ୟ ବକ୍ତା ଭାବେ ସଂସ୍କୃତ ବିଦ୍ବାନ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଓଡିଶା ର ପ୍ରତିଟି ଶବ୍ଦରେ କଳାର ଝଙ୍କାର ପ୍ରତିଧ୍ବନିତ ହୁଏ।ପ୍ରାଚୀନତା ମଧ୍ୟରେ ଓଡିଶୀ ନୃତ୍ୟ ଓ ସଂଗୀତ ର ଆଧିପତ୍ୟ ଯେତିକି ମଧୁରତା ତତୋଧିକ।ଏହାର ପ୍ରଚାର ପ୍ରସାର ପାଇଁ ଏହି ଆସର ଏକ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି କହିଥିଲେ।

ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ସୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ପ୍ରଥମ କାର୍ଯ୍ୟକ୍ରମ ଭାବେ ବୃନ୍ଦ ମର୍ଦ୍ଦଳ ବାଦନ ଆଦି ତାଳ କଳାକାର ସଚ୍ଚିଦାନନ୍ଦ ଦାସ,ଅରୂପ ଦାସ ଓ ପି ଗୁଲସନ କୁମାର ପରିବେଷଣ କରିଥିଲେ।ଦ୍ୱିତୀୟ କାର୍ଯ୍ୟକ୍ରମ ଭାବେ ଲକ୍ଷ୍ମୀ ପ୍ରିୟା ନାୟକ ଙ୍କ ଦ୍ବାରା ଏକକ ଓଡିଶୀ ଗାୟନ,ତୃତୀୟ କାର୍ଯ୍ୟକ୍ରମ ରୂପକ ପରିଡା ଙ୍କ ଦ୍ୱାରା ଏକକ ଓଡିଶୀ ଗାୟନ ଓ ଚତୁର୍ଥ ବା ଅନ୍ତିମ କାର୍ଯ୍ୟକ୍ରମ ଭାବେ ବୃନ୍ଦ ଯନ୍ତ୍ର ସଂଗୀତ ପରିବେଷଣ ରାଗ କଲ୍ୟାଣ, ତାଳ ପତି ପରିବେଷଣ କରାଯାଇଥିଲା।ହାରମୋନିୟମ ରେ ମୁରଲୀଧର ସ୍ବାଇଁ, ମର୍ଦ୍ଦଳ ରେ ଗୁରୁ ସଚ୍ଚିଦାନନ୍ଦ ଦାସ, ସିତାରରେ ଗୁରୁ ସ୍ବପ୍ନେଶ୍ବର ଚକ୍ରବର୍ତ୍ତୀ, ବେହେଲା ରେ ସୁରମଣି ରମେଶ ଚନ୍ଦ୍ର ଦାସ,ବଂଶୀ ରେ ରୁଦ୍ର ପ୍ରସାଦ ପରିଡା ପ୍ରମୁଖ ସହଯୋଗିତା କରିଥିଲେ।ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ର ବିଭାଗୀୟ ମୁଖ୍ୟ ଗୁରୁ କେଶବ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।ଓଡିଶୀ ନୃତ୍ୟ ଓ ସଂଗୀତ ର ପ୍ରଚାର ପ୍ରସାର ଉଦ୍ଦେଶ୍ୟ ରେ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ।ପ୍ରାରମ୍ଭରେ ଦିବଙ୍ଗତ କଳାକାର ଅଭିଜିତ ମଜୁମଦାର, ଗୀତା ପଟ୍ଟନାୟକ ଓ ପଦ୍ମଶ୍ରୀ ଉଛବ ଚରଣ ଦାସ ଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା କରାଯାଇଥିଲା।
