ଶ୍ରୀକ୍ଷେତ୍ର ରେ ପବିତ୍ର ଗୋବିନ୍ଦ ଦ୍ଵାଦଶୀ ରେ ହଜାର ହଜାର ଭକ୍ତ ମହୋଦଧି ରେ ବୁଡ ପକାଇଲେ
ଫାଲଗୁନ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ପବିତ୍ର ଗୋବିନ୍ଦ ଦ୍ୱାଦଶୀ ବୁଡ଼। ଏହି ଅବସରରେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରୁ ଶତାଧିକ ସେବାୟତ, ସାଧୁସନ୍ଥ, ମଠ ମହନ୍ତଙ୍କ ସହିତ ଶ୍ରଦ୍ଧାଳୁ ମାନେ ବିରାଟ ପଦଯାତ୍ରାରେ ଯାଇ ସ୍ୱର୍ଗଦ୍ଵାର ସମ୍ମୁଖ ବେଳାଭୂମିରେ ବୁଡ଼ ପକାଇଥିଲେ । ଅଞ୍ୟାନକୃତ ପାପକୁ ନାଶ କରିବାକୁ ବା ଅଜଣାତରେ ହୋଇଥିବା ପାପକୁ ନାଶ କରିବାକୁ ଆଜିର ଦିନରେ ମହୋଦଧୀରେ ବୁଡ ପକାଇବା ପରମ୍ପରା ରହିଛି।

ସକାଳ ୧୦.୧୮ ରୁ ଦିନ ୧ଟା ପର୍ଯ୍ୟନ୍ତ ତୀର୍ଥରାଜ ମହୋଦଧିରେ ବୁଡ ପକାଇବାର ଅମୃତ ବେଳା ରହିଥିଲା ବେଳେ ପରମ୍ପରା ଅନୁଯାୟୀ ପ୍ରଥମେ ବରୁଣ ପୂଜା ଓ ପରେ ହନୁମାନଙ୍କୁ ସ୍ନାନ କରାଯାଇଥିଲା। ପରେ ସାଧୁସନ୍ଥ ମାନେ ମହୋଦଧୀରେ ସ୍ନାନ କରିବା ପରେ, ମଠାଧୀଶ,, ସେବାୟତ,, ଶ୍ରୀମନ୍ଦିର ଛତିଶାନିଯୋଗ ମହାନାୟକ,, ହଜାରହଜାର ଭକ୍ତ ଶ୍ରଦ୍ଧାଳୁ ଆଜିର ଏହି ପବିତ୍ର ଦିନରେ ସ୍ନାନ କରିଥିଲେ। ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡଙ୍କୁ ମଧ୍ୟ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା l
