ଦୃବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ସାମ୍ବାଦିକ ଗୁରୁତର, ଖବର ପ୍ରସାରଣ କୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
ତିର୍ତ୍ତୋଲ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସରଣୀ ରୁ ବରିପଦା ରାସ୍ତାରେ କିଛି ଦୃବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି l ରମେଶ ଚନ୍ଦ୍ର ମହାନ୍ତି ଙ୍କ ଘର ଏହି ବ୍ଲକ ଅନ୍ତର୍ଗତଗୋବିନ୍ଦପୁର ପଂଚାୟତ ଗୁଣ୍ଠିଲୋ ଗ୍ରାମରେ ବୋଲି ଜଣାପଡିଛି l ସେ ଦୈନନ୍ଦିନ ଭଲି ଗତ ୨ ତାରିଖ ରାତି ୧୦ ଘଟିକା ୩୦ ମିନିଟ ସମୟରେ ତିର୍ତ୍ତୋଲ ନେହୁରୁ ବଜାର ରୁ ନିଜ ଘର ଅଭିମୁଖେ ଯାଉଥିଲେ l ପୂର୍ଵ ଯୋଜନା ଅନୁଯାଇ କିଛି ଦୃବୃତ୍ତ ତାଙ୍କ ପିଛା କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି l ବାରିପଦା ରାସ୍ତା ନିଛାଟିଆ ସ୍ଥାନରେ ଦୃବୃତ୍ତ ମାନେ ତାଙ୍କ ପଛ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ l ତଳେ ପଡିଯିବାରୁ ତାଙ୍କ ଗୋଡ଼, ହାତ ଓ ଛାତିକୁ ଆଘାତ କରିଥିଲେ l ମୁଣ୍ଡ ରେ ଆଘାତ ଲାଗିବା କାରଣରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା l କଳେବଳେ କୌଶଳେ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି କିଛି ବାଟ ଘୁଷୁଡ଼ି ଚାଲିଯାଇଥିଲେ l ସେହି ସ୍ଥାନରେ ତାଙ୍କ ହେଲମେଟ ଟି ଭାଙ୍ଗି ରୁଜି ଚୁନା ହୋଇପଡିଥିବା ଦେଖିବାକୁ ମିଳିଥିଲା l ସେହି ସମୟରେ ଦୋଳ ବିଭାନ ଆସୁଥିବା ପାଟି ଶୁଣି ଦୃବୃତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ l

କିଛି ଲୋକ ଦେଖି ୧୧୨ କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ l ଘଟଣା ସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ତିର୍ତ୍ତୋଲ ଥାନାଧିକାରୀ ପ୍ରଦୀପ୍ତ କୁମାର ସେଠୀ ପହଂଚି ଉଦ୍ଧାର କରି ମଣିଜଙ୍ଗା ମେଡିକାଲ କୁ ପଠାଇଥିଲେ l ସେଠାରେ ଗୁରୁତ୍ୱର ଥିବାରୁ ଜଗତସିଂହପୁର ଓ ପରେ କଟକ ବଡ଼ ମେଡିକାଲ କୁ ପଠାଇଦେଇଥିଲେ l କଟକ ବଡ଼ ମେଡିକାଲରେ ସାମ୍ବାଦିକ ଶ୍ରୀଯୁକ୍ତ ମହାନ୍ତି ଚିକିତ୍ସା ହେଉଥିବା ସୂଚନା ମିଳିଛି l ଖବର ପ୍ରସାରଣ କୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିବା ଆଲୋଚନା ହେଉଛି l ସାମ୍ବାଦିକ ଶ୍ରୀଯୁକ୍ତ ମହାନ୍ତି ଗୁରୁତର ଥିବାରୁ ଲିଖିତ ଦେଇନଥିଲେ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେଇ ତିର୍ତ୍ତୋଲ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି l ଏହାକୁ ନେଇ ଜିଲ୍ଲା ସାମ୍ୱାଦିକ ଙ୍କ ମହଲରେ ଘୋର ଅସନ୍ତୁଷ୍ଟ ଦେଖା ଦେଇଛି । ଅପରାଧୀ କୁ ତୁରନ୍ତ ଗିରଫ କରିବାକୁ ଦାବି ଉଠିଛି।
