ହୋଲିରେ ପୁରୀ ସମୁଦ୍ରରେ ଡଙ୍ଗା ମାଧ୍ୟମରେ ଅସୁରକ୍ଷିତ ଜଳକ୍ରୀଡା
ହୋଲିରେ ପୁରୀ ବେଳାଭୂମିରେ ଦୁସାହାସିକ ଜଳକ୍ରୀଡାର ଦୃଶ୍ୟ ଦେଖିବାକୁ ମିଳିଛି। ପୁରୀ ସମୁଦ୍ରର ବହୁତ ଦୂରରେ ତିନୋଟି ମୋଟର ଚାଳିତ ଡଙ୍ଗାରେ କିଛି ଯୁବକ,,କିଛି ଛୋଟଛୋଟ ପିଲା ଓ କିଛି ମହିଳା ବିନା ସୁରକ୍ଷା ଉପକରଣରେ ବସିଥିବା ଦେଖିବାକୁ ମିଳିଥିଲା। ବିନା ଲାଇଫ୍ ଜ୍ୟାକେଟରେ ସମୁଦ୍ର ଠାରୁ ବହୁତ ଦୂରରେ ତିନୋଟି ଡଙ୍ଗାରେ କିଛି ପର୍ଯ୍ୟଟକ ଜଳକ୍ରୀଡାର ମଜା ନେଉଥିବା କ୍ୟାମେରାରେ କଏଦ୍ ହୋଇଛି। ଯାହାକୁ ନେଇ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭଲକରି ଦେଖନ୍ତୁ ଏହି ତିନୋଟି ମୋଟର ଚାଳିତ ଡଙ୍ଗାକୁ। ଗୋଟିଏ ଡଙ୍ଗା ସମୁଦ୍ର ଭିତରେ ରାଉଣ୍ଡ ହୋଇ ବୁଲୁଥିବା ବେଳେ ଅନ୍ୟ ଏକ ଡଙ୍ଗାରେ କିଛି ଯୁବକ ମାନେ ଠିଆ ହୋଇ ନାଚୁଛନ୍ତି ଓ ଡଙ୍ଗାରୁ ସମୁଦ୍ର ଭିତରକୁ ଲମ୍ଫ ମାରୁଛନ୍ତି । ତେଵେ ତୃତୀୟ ଡଙ୍ଗାରେ କିଛି ମହିଳା ଓ କିଛି ଯୁବତୀ ବିପଦପୂର୍ଣ୍ଣ ଅବସ୍ଥାରେ ବସି ଯାଉଥିବା ଦେଖିବାକୁ ମିଳିଛି। ସେପଟେ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଲୋକେ ସମୁଦ୍ର ଭିତରେ ବିନା ଲାଇଫ୍ ଜ୍ୟାକେଟରେ ବସିଥିବାରୁ କୌଣସି ମୁହୂର୍ତ୍ତରେ କିଛି ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ତେବେ ସମୁଦ୍ର ଭିତରେ ଏଭଳି ଦୁସାହାସିକ ଜଳକ୍ରୀଡା କରିବାକୁ ଅନୁମତି କିଏ ଦେଇଥିଲା,,,ଡଙ୍ଗା ଚାଳକ ମାନେ ବିନା ଲାଇଫ୍ ସପୋର୍ଟରେ କିଭଳି ଆବଶ୍ୟକତା ଠାରୁ ଅଧିକ ଲୋକଙ୍କୁ ବସାଇଥିଲେ ତାହା ତଦନ୍ତ ସାପେକ୍ଷ। ଅନ୍ୟପଟେ ତିନୋଟି ଡଙ୍ଗାରେ ଯୁବକ,, ଯୁବତୀ,,ଓ କିଛି ମହିଳା ବସିଥିବା ବେଳେ ସେମାନେ ପର୍ଯ୍ୟଟକ କି ମତ୍ସ୍ୟଜୀବୀ ସଂପ୍ରଦାୟର ଲୋକେ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ।
