ବିଜେଡି ତରଫରୁ ହିଞ୍ଜିଳିରେ ବିଜୁବାବୁଙ୍କ ଜୟନ୍ତୀ ପାଳନ
ବିଜେଡି ତରଫରୁ ହିଞ୍ଜିଳିରେ ବିଜୁବାବୁଙ୍କ ଜୟନ୍ତୀ ପାଳନ
ହିଞ୍ଜିଳିକାଟୁ ୫/୦୩/୨୬ ( ) ହିଞ୍ଜିଳିରେ ବିଜେଡି ତରଫରୁ ୧୧୦ ତମ ବିଜୁ ଜୟନ୍ତୀ ପାଳନ କରାଯାଇଛି ।ପୌରପରିଷଦ ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ରଙ୍କ ନେତୃତ୍ବରେ ଶୋଭାଯାତ୍ରା ନଗର ପରିକ୍ରମା କରି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ଏକ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।ସୁଚନାନୁଯାଇ ସ୍ଥାନୀୟ ମିନି ଷ୍ଟାଡିୟମଠାରୁ ଶୋଭାଯାତ୍ରାରେ ଉଭୟ ଶେରଗଡ ଓ ହିଞ୍ଜିଳି ବ୍ଳକର ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ହିଞ୍ଜିଳି ସହର ପରିକ୍ରମା କରିଥିଲେ । ପରେ ପରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।ଦେଶ ବିଦେଶରେ ବିଜୁବାବୁଙ୍କ କାର୍ଯ୍ୟ ସହିତ ୩୩%ରାଜନୈତିକ କ୍ଷେତ୍ରରେ ଅଗ୍ରଧିକାର ଦେଇଥିଲେ ମଧ୍ୟ ତାଙ୍କ ପୁତ୍ର ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କ୍ଷେତ୍ରରେ ରାଜ୍ୟରବିକାଶ କରି ଭାରତରେ ଓଡିଶାକୁ ୧ନଂ ରାଜ୍ୟ ପରିଣତ କରିବା ହିଞ୍ଜିଳି ବିଜେଡି ଉପଦେଷ୍ଟା ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସସୁଚନା ରହିଛି । ସେହିଭଳି ବିଜେପି ସରକାରର ୨ ବର୍ଷ ଭିତରେ ପୁନଃହ ପଛୁଆ ରାଜ୍ୟ ଭାବେ କରିବା ସହ ଋଣଯନ୍ତାରେ ପରଣିତ କରିଦେବା ପରେ ଜନତା ତ୍ରାହି ତ୍ରାହି ଡାକିଲେଣି ।ଆଗାମୀ ଦିନରେ ବେରୋଜଗାର ସହିତ ଦରଦାମ ବୃଦ୍ଧି ଓ ବିଜେପି ଦଳର ବିଫଳତାକୁ ନେଇ ପୌର ଏବଂ ପଞ୍ଚାୟତ ନିର୍ବାଚନ ଦଖଲ କରିବା ପାଇଁ ଆଜିର ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀରେ ସଂକଳ୍ପ ଆହ୍ବାନ କରିଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମାନ୍ୟବର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର ସଂଯୋଜନା କରିଥିଲା ବେଳେ, ଶେରଗଡ ବ୍ଳକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ,ହିଞ୍ଜିଳି ବ୍ଲକ ପ୍ରତିନିଧି ଏ ସୁଦର୍ଶନ ,ଶେରଗଡ ବ୍ଳକ ପ୍ରତିନିଧି ଦିଗାମ୍ବର ନାହାକ , ବ୍ଳକ ବିଜେଡି ସଭାପତି ଦୁର୍ଗା ମାଧବ ମହାନ୍ତି , ଶେରଗଡ ଯୁବ ବିଜେଡି ବ୍ଳକ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ (ପିଣ୍ଟୁ ) ପୌରପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ , ପୌରପରିଷଦ ପ୍ରତିନିଧି ପ୍ଯାରୀ ପାଢ଼ୀ , ନାରୀନେତ୍ରୀ ରଶ୍ମିତା ବେହେରା , ଏ ଶୁଶିଳା ପାତ୍ର , ବିଷ୍ଣୁ ପ୍ରିୟା ସାହୁ ,ବରିଷ୍ଠ ନେତା ଏନ ରଘୁନାଥ ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଭ୍ଯ/ସଭ୍ଯା , ସରପଞ୍ଚ ଓ ସମିତିସଭ୍ଯ/ସଭ୍ଯା ,ପୌରପରିଷଦ କାଉନସିଲର , ବହୁ ଯୁବନେତା ଯୋଗଦେଇଥିଲେ । ଶେରଗଡ ବ୍ଳକ ବିଜେଡି ସଭାପତି ଶରତ ପାତ୍ର ଧନ୍ୟବାଦ ଦେଇଥିଲେ ।
