ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ନୟାଗଡ଼ :- ମାଇଁ ଭାରତ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ l ଆସନ୍ତା ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତ ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ମାଇଁ ଭାରତ ନୟାଗଡ଼ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଅସ୍ମିତା ଦିବସ ପାଳନ କରାଯିବ l ଏନେଇ ଆଜି ନୟାଗଡ଼ ଜିଲ୍ଲା ପରିଷଦ ସଭା ଗୃହ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର, ଆଇନଜୀବି ଚନ୍ଦ୍ର ବିଜୟୀ ମିଶ୍ର ଉପସ୍ଥିତ ଥିଲେ l ସମ୍ମିଳନୀକୁ ସେବା ଉତ୍ସବ କୋଷାଧକ୍ଷ ପରମେଶ୍ୱର ସାହୁ ସଂଯୋଜନା କରିଥିଲେ l ନୟାଗଡ଼ ଖେଳ ପଡିଆଠାରେ ଆସନ୍ତା ୮ ତାରିଖ ସକାଳ ୭ ଟା ସମୟରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ l 13 ବର୍ଷ ଓ 13 ବର୍ଷରୁ ଉର୍ଦ୍ଧ ବିଭିର୍ଣ୍ଣ ବର୍ଗର ପ୍ରତିଯୋଗୀ ମାନେ 100 ମିଟର ଦୌଡ଼, 200 ମିଟର ଦୌଡ଼ ଓ 400 ମିଟର ଦୌଡ଼ରେ ସାମିଲ ହୋଇପାରିବେ l ଏଥି ପାଇଁ ଉଭୟ ଅନଲାଇନ ଓ ଅଫଲାଇନ ଯୋଗେ ପ୍ରତିଯୋଗୀ ମାନେ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି

Leave a Reply

Your email address will not be published. Required fields are marked *