ସ୍ବର୍ଗତ ବିଜୁ ବାବୁଙ୍କ ୧୧୦ ତମ ଜୟନ୍ତୀ ଅବସରରେ ଯୁବବିଜୁଜନତା ଦଳ ତରଫରୁ ଖାଦ୍ୟ ବଣ୍ଟନ ।

କନ୍ଧମାଳ, ଫୁଲବାଣୀ ଆଜି ସ୍ବର୍ଗତ ବିଜୁବାବୁଙ୍କ୧୧୦ ଜୟନ୍ତୀ ଅବସରରେ ସ୍ଥାନୀୟ ଫୁଲବାଣୀ ସହରରେ କନ୍ଧମାଳ ଜିଲ୍ଲା ବିଜୁଜନତା ଦଳର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ପୂର୍ବତନ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା ଙ୍କ ନେତୃତ୍ୱରେ ବହୁ ଆଡ଼ମ୍ବରରେ ୧୧୦ ତମ ବିଜୁ ଜୟନ୍ତୀ ସ୍ଥାନୀୟ ବିଜୁପଟ୍ଟନାୟକ ଛକ ଠାରେ ଜିଲ୍ଲାର ବହୁକର୍ମୀ ଙ୍କ ସମେତ ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା, ଜିଲ୍ଲା ମହିଳା ବିଜୁଜନତାଦଳର ସଭାନେତ୍ରୀ ପୁନମ୍ କହଁର, ଫୁଲବାଣୀ ପୋୖର ପରିଷଦର ଅଧ୍ୟକ୍ଷା ପାୟେଲ ବେହେରା, ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରତାପ ପାତ୍ର, ଖଜୁରୀପଡ଼ା ବ୍ଳକ୍ ସଭାପତି ବିରେନ୍ଦ୍ର କହଁର, ଜିଲ୍ଲା ଉପସଭାପତି ପଞ୍ଚାନନ କହଁର, ନଗର ସଭାପତି ବିମଳ ପାଢ଼ୀ, ନଗର କାର୍ଯ୍ୟକାରୀ ସଭାପତି ସୁଧୀର କହଁର ବିଶିଷ୍ଟ ଯୁବ ନେତା ବିକ୍ରମ ବେହେରା, ପୌରପରିଷଦର ୱାର୍ଡ ମେମ୍ବର ବୃନ୍ଦ ଶ୍ରୀବତ୍ସ ବେହେରା, ରାଜେନ୍ଦ୍ର ପାଢ଼ୀ, ମୃତ୍ୟୁଞ୍ଜୟ ପେର।, ତ୍ରିନାଥ କହଁର, ରଜନୀ ପ୍ରଧାନ, ମହିଳା ନାରୀ ନେତ୍ରୀ ଲଳିତ।ମୁନି, ରଜନୀ ମଲ୍ଲିକ ଯୁବ ଜନତାଦଳର ସଭାପତି ରାକେଶ ମିଶ୍ର, ଛାତ୍ର ଜନତା ଦଳର ସଭାପତି ସୁନିଲସେଠୀ ଓ ଅନ୍ୟମାନେ ଉପସ୍ଥିତରେ ସ୍ବର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସମସ୍ତ ମାନ୍ୟଗଣ୍ୟ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ପରେ ଫୁଲବାଣୀ ବ୍ଲକ ସର୍ତାଗୁଡା ବୃଦ୍ଧାଶ୍ରମ ଯାଇ ସେଠାରେ ଏକ ବୈଠକ କରିଥିଲେ । ନିରୀହ ଗରିବ ବୃଦ୍ଧା ମାନଙ୍କ ସହିତ ହାବଭାବ ବୁଝି ସେମାନଙ୍କ ସହିତ ସ୍ବର୍ଗତ ବିଜୁବାବୁ କିପରି ଭାବରେ ମା ମାନଙ୍କ ପାଇଁ ସବୁ କ୍ଷେତ୍ରରେ ପଞ୍ଚାୟତରାଜ ବ୍ୟବସ୍ଥାରେ ସୁବିଧା କରିଥିଲେ ସେସବୁ ଉପସ୍ଥିତ ଆଶ୍ରିତ ବୃଦ୍ଧା ମାନକୁ ବୁଝାଇ ଥିଲେ ।ସେଠାରେ ଥିବା ବନବାସୀ ମାନସିକ ଅନଗ୍ରସର ସ୍ଵତନ୍ତ୍ର ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ସହିତ ଭେଟି ସେମାନଙ୍କ ଭଲ ମନ୍ଦ ପଚାରି ବୁଝିଥିଲେ ।ଓ ସେମାନଙ୍କ ପାଇଁ ଏହି ଜୟନ୍ତୀରେ ଖାଦ୍ୟ ବଣ୍ଟନ ବ୍ୟବସ୍ଥା ମଧ୍ୟ କରାଯାଇ ସ୍ବର୍ଗତ ବିଜୁବାବୁଙ୍କ ଜୟନୀ ପାଳନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *