ସଶକ୍ତ ନାରୀ ସଶକ୍ତ ଦେଶ କର୍ମଶାଳା ଅନୁଷ୍ଠିତ

ପୁରୀ ୭/୩ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ସହଯୋଗ ରେ ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ଆଜି ପୂର୍ବାହ୍ନରେ ତିନି ଦିନିଆ କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିବସ ରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଶୁଭାରମ୍ଭ କରିବା ସହ ଆତ୍ମସୁରକ୍ଷା ସମସ୍ତଙ୍କ ପାଇଁ ଏକ ଜରୁରୀ ଆବଶ୍ୟକତା ବୋଲି କହିଥିଲେ।ବିଶେଷ କରି ପଢୁଥିବା ବା କର୍ମଜୀବି ମହିଳା ମାନଙ୍କ କ୍ଷେତ୍ରରେ ଆତ୍ମସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ।ନିଜକୁ ଦକ୍ଷ କରିବା, ସାହସୀ ହେବା, ପରିସ୍ଥିତି ର ମୁକାବିଲା ପାଇଁ ମନୋବଳ ଦୃଢ କରିବା, ଭୟ ପରିହାର କରି କୌଶଳ ପୂର୍ଣ୍ଣ ଭାବେ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ସେଠୀ ଅନୁରୋଧ କରିଥିଲେ।

ପ୍ରଥମେ ଆତ୍ମସୁରକ୍ଷା କୌଶଳ ସମ୍ପର୍କରେ ପ୍ରଶିକ୍ଷକ ସତ୍ୟଭାମା ଦଳାଇ ପ୍ରଶିକ୍ଷଣ ଦେଇଥିଲେ।ପରେ କ୍ୟାରିଅର ଗଠନ ଓ ନେତୃତ୍ୱ ନେବାର ଦକ୍ଷତା ସମ୍ପର୍କରେ ଶିକ୍ଷାବିତ ସୁକାନ୍ତ କୁମାର ମହାନ୍ତି ଓ ସମାଜସେବୀ ତଥା ଦି ବେଲ ଅନୁଷ୍ଠାନ ର ମୁଖ୍ୟ ସିଦ୍ଧାର୍ଥ ରାୟ ବିଭିନ୍ନ ଉଦାହରଣ, ପ୍ରେରଣାଦାୟକ ଗଳ୍ପ ମାଧ୍ୟମରେ ବିଷଦ ଭାବେ ପ୍ରଶିକ୍ଷଣ ଦେଇଥିଲେ।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ମହିଳା ମାନଙ୍କୁ ସଶକ୍ତ, ସମୃଦ୍ଧ ଓ ଆତ୍ମବିଶ୍ବାସୀ କରାଇବା ଏହି ଶିବିର ଆୟୋଜନ ର ଉଦ୍ଦେଶ୍ୟ ବୋଲି କହିଥିଲେ।ସନ୍ତରଣ ପ୍ରଶିକ୍ଷକ ଦୀପକ କୁମାର ପାତ୍ର ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *