୫୩ ନମ୍ବର ଜାତୀୟ ରାଜପଥ ଖୋସାଲିପୁର-ଶୁଭଦ୍ରାପୁର ଛକ ଠାରେ ଖୁବଶୀଘ୍ର ଆରମ୍ଭ ହେବ ଗଳି ପୋଲ ନିର୍ମାଣ
୫୩ ନମ୍ବର ଜାତୀୟ ରାଜପଥ ଖୋସାଲିପୁର-ଶୁଭଦ୍ରାପୁର ଛକ ଠାରେ ଖୁବଶୀଘ୍ର ଆରମ୍ଭ ହେବ ଗଳି ପୋଲ ନିର୍ମାଣ.
ବଡ଼ଚଣା: ଦର୍ପଣ ପୂର୍ତ୍ତ ବିଭାଗ ରାସ୍ତାର ସଂଯୋଗୀକରଣ ସ୍ଥଳ ଖୋସାଲିପୁର-ଶୁଭଦ୍ରାପୁର ଛକ ୫୩ ନମ୍ବର ଜାତୀୟ ରାଜପଥ ଠାରେ ଦୁର୍ଘଟଣାମାନ ଘଟି ଅନେକ ଜନଜୀବନ ପ୍ରଭାବିତ ହୋଇଅଛି।ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ,ଖୋସାଲିପୁର,ଶୁଭଦ୍ରାପୁର ଓ ଚାରିବାଟିଆ ଅଧିବାସୀ ଦିର୍ଘ ଦିନ ହେବ ଦାବୀ କରି ଆସୁଥିଲେ।ପୂର୍ବରୁ ଏହି ରାଜପଥ ଦୁଇ ଥାକିଆ ଥିବା ବେଳେ ଏବେ ଚାରିଥାକିଆ କାର୍ଯ୍ୟ ଜାରି ରହିଅଛି।ଶାଳପଡା,ସିହା,ସମିଆ, ଦର୍ପଣ, ଭୂଷଣ୍ଡପୁର ଆଦି ପଞ୍ଚାୟତ ଲୋକମାନେ ତହସିଲ,ବ୍ଲକ, ପୋଲିସ ଷ୍ଟେସନକୁ ଦୈନିକ ଶହ ଶହ ଲୋକ ଏହି ରାସ୍ତା ପାର ହୋଇ ଯାତାୟତ କରିଥାଆନ୍ତି ।ଏଥି ସହ ଚଣ୍ଡିଖୋଲ କଲେଜ,ସ୍କୁଲ, ମହାବିନାୟକ, ଚଣ୍ଡି ମନ୍ଦିର ଅନ୍ୟ ଗନ୍ତବ୍ୟ ସ୍ଥଳକୁ ଛାତ୍ର ଛାତ୍ରୀଙ୍କ ସହ ସାଧାରଣ ଲୋକ ଯାତାୟତ କରିଥାନ୍ତି।ରାସ୍ତା ପାର ହେବା ସମୟରେ ଅନେକ ଲୋକ ଦୂର୍ଘଟଣା ଗ୍ରସ୍ତ ହୋଇ ଜନ ଜୀବନ ହରାଇବା ସହ ଆହାତ ହୋଇଥାନ୍ତି।ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏକ ପ୍ରତିନିଧି ମଣ୍ଡଳୀ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କୁ ଭେଟି ଦାବୀ ଉପସ୍ଥାପିତ କରିଥିଲେ।ଶନିବାର ଦିନ ବଡ଼ଚଣା ବିଧାୟକ ୫୩ ନମ୍ବର ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ କୁଳଦୀପ ସଂଗରାଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲେ।ଏହା ପରେ ସାମ୍ବାଦିକ ପ୍ରମୋଦ କୁମାର ଜେନାଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ବିଧାୟକ ଶ୍ରୀ ନାୟକ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଉପଲବ୍ଧ କରି ପ୍ରକଳ୍ପ ନିର୍ଦ୍ଦେଶକ ସାଙ୍ଗଙ୍କୁ ଏହାର ଡିଜାଇନ ପ୍ରସ୍ତୁତ କରି ତୁରନ୍ତ କାର୍ଯ୍ଯକାରୀ କରିବାକୁ ପରାମର୍ଶ ଦେଇଥିଲେ।ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି କହିଥିଲେ ଆମ ଅଞ୍ଚଳରେ ଏଭଳି ଅନେକ ସମସ୍ୟା ଥିଲା ସମାଧାନ ହୋଇଛି।ଏଠାରେ ଏକ ଗଳିପୋଲ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ସହମତି ପ୍ରକାଶ କରିଥିଲେ। ଏହି ବୈଠକରେ ରାଜପଥ କନସଲଟାଣ୍ଟ ମନୋଜ କୁମାର, ଜିଲ୍ଲାପରିଷଦ ସଭ୍ଯ ଅରବିନ୍ଦ ସାମଲ, ସରପଞ୍ଚ ଅଂଞୁଲତା ସ୍ୱାଇଁ,ରାଜ୍ଯ ଟ୍ରକ ମାଲିକ ସଂଘ କୋଷାଧ୍ୟକ୍ଷ କିର୍ତ୍ତୀରାଜ ସ୍ୱାଇଁ,ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ଯୁବ ସମାଜ ସେବୀ ମୃତ୍ୟୁଞୟ ଜେନା,ଅମରେଶ ଭୂୟାଁ, ଇଶ୍ବର ଚନ୍ଦ୍ର ଗନ୍ତାୟତ, ନବୀନ ବାରିକ, ସତ୍ୟଜିତ ବଳ,ଚାରିବାଟିଆ ଦୂର୍ଗାପୂଜା କମିଟି ସଭାପତି ପ୍ରମୋଦ ଚନ୍ଦ୍ର ଜେନା,ଅଭିୟ ସାହୁ,ପ୍ରମୋଦ ପୃଷ୍ଟି,ନରହରି ସ୍ୱାଇଁ,ତୋଫାନ ବେହେରା,ବେଣୁଧର ପ୍ରଧାନ, ପ୍ରତାପ ଗୋଚ୍ଛାୟତଙ୍କ ସହ ଶତାଧିକ ମହିଳା ଓ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।ପରିଶେଷରେ ଆଇନଜୀବୀ ହେମନ୍ତ ମହାଲା ଧନ୍ୟବାଦ ଅର୍ପଣ କରିଥିଲେ।
