ସେବା ହିଁ ଧର୍ମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ବଡ଼ଚଣା :ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆଜି ସେବା ହିଁ ଧର୍ମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡିଷ୍ଟିକ ହେଡକ୍ୱାଟର ହସ୍ପିଟାଲ ଯାଜପୁର ସହଯୋଗରେ ଜାହ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଏହି ଶିବିରକୁ ବଡ଼ଚଣା ବ୍ଲକ ବିଡ଼ିଓ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ପ୍ରଧାନ ମହୋଦୟ ଫିତା କାଟି ଉଦ୍ଘାଟନ କରିଥିଲେ। ଏହି ଅବସରରେ ଜାହ୍ନଗିରି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଟ୍ରଷ୍ଟର ପରାମର୍ଶଦାତା କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ଓ ବଡଘୁମୁରି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁଶାସନ ସ୍ୱାଇଁ, ଶିକ୍ଷକ ପ୍ରକାଶ ବେହେରା,ସମାଜସେବୀ ମହେନ୍ଦ୍ର ସ୍ୱାଇଁ, ଶକୁନ୍ତଳାପୁର ଗ୍ରାମର ବରିଷ୍ଠ ବ୍ୟକ୍ତି ପ୍ରଭାକର ସାହୁ ଓ ଭୁବନାନନ୍ଦ ସାହୁ ଉପସ୍ଥିତ ଥିଲେ। ଟ୍ରଷ୍ଟର ସଭାପତି ଘନଶ୍ୟାମ ନାୟକଙ୍କ ନେତୃତ୍ୱରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଅନେକ ଗ୍ରାମବାସୀ ଏହି ଶିବିରରେ ଉପସ୍ଥିତ ଥିଲେ। ଡାକ୍ତର ପାର୍ଥ ସାରଥୀ ପୁହାନ ଓ ତାଙ୍କ ଟିମ୍ ଶିବିରକୁ ସଫଳତାର ସହ ପରିଚାଳନା କରିଥିଲେ ଏବଂ ପ୍ରାୟ ୫୦ ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏହି ଅବସରରେ ବଡଘୁମୁରି ଗ୍ରାମପଞ୍ଚାୟତର ସମସ୍ତ ଆଶା କର୍ମୀ, ANM ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବିଡ଼ିଓ ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ୱାରା ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସମସ୍ତ ରକ୍ତ ଦାତାଙ୍କୁ ସେମାନଙ୍କ ମହାନ କାର୍ଯ୍ୟ ପାଇଁ ଆମ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଥିଲା।ଅନେକ ରକ୍ତଦାତା ରକ୍ତଦାନର ଅନୁଭବ ସମ୍ପର୍କରେ ମତ ରଖିଥିଲେ।ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବହୁ ମାତ୍ରାରେ ମହିଳା ରକ୍ତ ଦାତ୍ରୀ ରକ୍ତ ଦାନ କରିଥିଲେ।ଏହି ଶିବିରରେ ଜଣେ ଦାତା ଆମ ଅନୁଷ୍ଠାନର ଅନ୍ୟତମ ଅଗ୍ରଣୀ ଏବଂ ବରିଷ୍ଟ ସଦସ୍ୟ ତାଙ୍କ ଜୀବନର ୫୧ତମ ଥର ରକ୍ତଦାନ କରି ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଥିଲେ।ଶେଷରେ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଘନଶ୍ୟାମ ନାୟକ ସମସ୍ତ ଅତିଥି, ରକ୍ତଦାତା, ଚିକିତ୍ସା ଟିମ୍ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସ୍ଥାନୀୟ ଲୋକମାନେ ଏହି ଉଦ୍ୟମକୁ ବହୁତ ପ୍ରଶଂସା କରି ଟ୍ରଷ୍ଟ ସଦସ୍ୟ ଓ ରକ୍ତଦାତାମାନଙ୍କୁ ଆଶୀର୍ବାଦ କରିଥିଲେ।
