ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

*ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ଉତ୍ପାଦିତ ସମସ୍ତ ବଳକା ଧାନ ବିକ୍ରି ଓ ମଣ୍ଡି ଅନିମିୟତା ତଥା ଧାନ କାଟ ଦୁର୍ନୀତି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଶତାଧିକ ଚାଷୀ ସାମିଲ । ମୁଖ୍ୟ ପ୍ରସଙ୍ଗ ମଣ୍ଡି ରେ ଧାନ ନ ଉଥିବା ପ୍ରତିବାଦ ରେ ଏହି ଆନ୍ଦୋଳନ କରାଯାଇଛି । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଧାନ କିଣାରେ ଅନିୟମିତତା, କଟନୀ ଛଟନୀ, ଚାଷୀ ଙ୍କୁ ଭୟଭୀତ କରିବା, ଚାଷୀଙ୍କ ଧାନ ଠକି ନେବା, ସରକାରୀ ଯୋଜନା ର ଦୁରୂପଯୋଗ କରିବା, ସରକାରୀ ଅର୍ଥ କୁ ଆତ୍ମସାତ କରିବା ଭଳି ବିଭିନ୍ନ ଦାବି ନେଇ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀ ଆନ୍ଦୋଳନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ତେବେ ସରକାର ଆଗମୀ ଦିନରେ ଚାଷୀ ଙ୍କ ସମସ୍ତ ଧାନ ନ କିଣିଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *